ଟାଇଗରଙ୍କୁ ହତ୍ୟା କରିବାକୁ ମିଳିଛି ୨ଲକ୍ଷ !

ttigershroff

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ପରେ ଏବେ ଅଭିନେତା ଟାଇଗର୍ ଶ୍ରଫ୍‌ଙ୍କୁ ମିଳିଛି ହତ୍ୟା ଧମକ। ହତ୍ୟା କରିବାକୁ ୨ଲକ୍ଷ ନେଇଛନ୍ତି ସୁପାରୀ କିଲ୍‌ର। କିଛି ଦିନ ଧରି ଏଭଳି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାର ସତ୍ୟତା ସାମ୍ନାକୁ ଆସିଛି।ଅଭିନେତାଙ୍କ ବିଷୟରେ ମିଥ୍ୟା ଖବର ପ୍ରସାରିତ ହୋଇଥିଲା, ଯାହା ଏବେ ସାମ୍ନାକୁ ଆସିଛି। ଖାର୍ ପୁଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଟାଇଗର ଶ୍ରଫଙ୍କୁ ହତ୍ୟା କରିବା ପାଇଁ ୨ ଲକ୍ଷ ଟଙ୍କା ଦିଆଯାଇଥିବା ମିଥ୍ୟା ଖବର ସେ ପ୍ରସାର କରିଥିଲେ।

ଅଭିଯୁକ୍ତଙ୍କ ନାମ ମନୀଷ କୁମାର ସୁଜିନ୍ଦର ସିଂହ (୩୫) ଏବଂ ସେ ମୂଳତଃ ପଞ୍ଜାବର ବୋଲି ଜଣାପଡ଼ିଛି। ମନୀଷ ସୋମବାର ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଜଣାଇଥିଲେ ଯେ, ସୁରକ୍ଷା କମ୍ପାନି ଟ୍ରିଗ୍‌ର କିଛି ଲୋକ ଅଭିନେତା ଟାଇଗର ଶ୍ରଫଙ୍କୁ ହତ୍ୟା କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ଅଭିଯୁକ୍ତ ମନୀଷ କୁମାର ଏହା ମଧ୍ୟ କହିଥିଲେ ଯେ, ସେ ଟାଇଗରକୁ ହତ୍ୟା କରିବା ପାଇଁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ୨ଲକ୍ଷ ଟଙ୍କାର ସୁପାରୀ ଦେଇଛନ୍ତି।

ଏହି ଫୋନ କଲ୍ ପରେ ପୁଲିସ ଯାଞ୍ଚ କରିବା ଆରମ୍ଭ କରିଥିଲା। ଯାଞ୍ଚ ପରେ ମନୀଷ ମିଛରେ ଏଭଳି କହିଥିବା ସାମ୍ନାକୁ ଆସିବାରୁ ଏବେ ତାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଅନ୍ୟପକ୍ଷରେ ଏସମସ୍ତ ଘଟଣାକୁ ନେଇ ଟାଇଗରଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe