IBTimes India
ନୂଆଦିଲ୍ଲୀ : ଅଭିନେତା ସଲମାନ ଖାନ୍ ଏବଂ ଫିଲ୍ମ ନିର୍ମାତା ଅଲ୍ଲୀ ଆବ୍ଦାସ ଜାଫରଙ୍କ ଗୋଡ଼ ଖୁସିରେ ତଳେ ଲାଗୁ ନାହିଁ । କାହିଁକି ନା ସେମାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ପ୍ରତି ଦର୍ଶକ ବେଶ୍ ଭଲ ପାଇବା ଦେଖାଇଛନ୍ତି। ୨୨ ଡ଼ିସେମ୍ବରରେ ଫିଲ୍ମଟି ରିଲିଜ ହୋଇଥିବା ‘ଟାଇଗର ଜିନ୍ଦା ହୈ’ ବକ୍ସ ଅଫିସରେ ପାଖାପାଖି ୩୦୦କୋଟି ଆୟ କଲାଣି ବୋଲି ଫିଲ୍ମ ସମୀକ୍ଷକ ଏବଂ ବ୍ୟାପାର ବିଶ୍ଲେଷକ ତରନ ଆଦର୍ଶ ଟ୍ଵିଟ୍ କରି ଜଣାଇଛନ୍ତି । ଆଗାମୀ ଦିନରେ ଏହା ଅଧିକ ଆୟ କରିବ ବୋଲି ସେ କହିଛନ୍ତି । ଏହି ଫିଲ୍ମଟି ସଲମାନଙ୍କ ପୂର୍ବ ଫିଲ୍ମର ରେକର୍ଡ଼ ବ୍ରେକ କରିବ ବୋଲି ଆଶା କରାଯାଉଛି ।
‘ବଜରଙ୍ଗୀ ଭାଇଜାନ’ (୩୨୦.୩୪କୋଟି)ଏବଂ ‘ସୁଲତାନ’(୩୦୦.୪୫କୋଟି)ର ବକ୍ସ ଅଫିସ ରେକର୍ଡକୁ ‘ଟାଇଗର ଜିନ୍ଦା ହୈ’ ବ୍ରେକ୍ କରିବ ବୋଲି ଫିଲ୍ମ ସମୀକ୍ଷକ ମାନେ ଆଶାକରିଛନ୍ତି । ଫିଲ୍ମର ଆକ୍ସନ ସିକ୍ୟୁଏନ୍ସକୁ ମସାଲାଦାର କରିବା ପାଇଁ ହଲିଉଡ଼ ଷ୍ଟଣ୍ଟ ମାଷ୍ଟର ଟମ୍ ଷ୍ଟଥରଙ୍କୁ ଡ଼କା ଯାଇଥିବା ବେଳେ ସଲମାନ୍ ଏବଂ କ୍ୟାଟ୍ରିନାଙ୍କ ଯୋଡ଼ି ପୁଣି ଥରେ ପରଦାରେ କମାଲ ଦେଖାଇଛି । ତେବେ ଏହା କେଉଁ କେଉଁ ଫିଲ୍ମର ରେକର୍ଡ଼ ବ୍ରେକ୍ କରିବ ତାହା ଦେଖିବାକୁ ବାକି ରହିଲା ।
Follow Us