Advertisment

‘ଟିକେ ଅନାଡ଼ି ପୂରା ଖିଲାଡି’ର ଶୁଭମୁକ୍ତି ଆଜି

Advertisment
‘ଟିକେ ଅନାଡ଼ି ପୂରା ଖିଲାଡି’ର ଶୁଭମୁକ୍ତି ଆଜି

ଭୁବନେଶ୍ୱର : ଜବୋ ଆୟୁର୍ବେଦ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ର ପ୍ରଥମ ଅବଦାନ ‘ଟିକେ ଅନାଡ଼ି ପୂରା ଖିଲାଡ଼ି’ ଶୁକ୍ରବାର(ଆଜି) ସାରା ଓଡ଼ିଶାରେ ମୁକ୍ତିଲାଭ କରୁଛି। ପ୍ରଥମଥର ପାଇଁ ଡ. ପ୍ରୀତି ମାଝୀ ଏହି ଫିଲ୍ମ ମାଧ୍ୟମରେ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରୁଛନ୍ତି। ବିଜୟ ମହାନ୍ତିଙ୍କ ବଳିଷ୍ଠ ଅଭିନୟ, କମେଡି କିଙ୍ଗ୍‌ ଜୟୀରାମ ସାମଲ, ନବାଗତ କରନ୍‌, ଇପ୍‌ସିତା, ସଞ୍ଜନା, ଅଭିନେତ୍ରୀ ବବ୍‌ଲି ପ୍ରମୁଖ ଅଭିନୟ କରିଛନ୍ତି।

ଅଗ୍ନିରାଜଙ୍କ ସଙ୍ଗୀତ ନିର୍ଦେଶନା ଓ ମୂଷା ବାରିକଙ୍କ ବଳିଷ୍ଠ ନିର୍ଦେଶନା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଆଶା। ‘ଟ୍ଵିଙ୍କିଲ୍‌ ଟ୍ଵିଙ୍କିଲ୍‌’ ଫେମ୍‌ କ୍ରିଷ୍ଣାଙ୍କ ପପି ପପି ଗୀତ ରିଲିଜ୍‌ ପୂର୍ବରୁ ଲକ୍ଷାଧିକ ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇପାରିଛି। ଚଳଚ୍ଚିତ୍ରଟି ପାରିବାରିକ ଓଡ଼ିଆ କାହାଣୀକୁ ନେଇ ବେଶ୍‌ ସୁନ୍ଦର ଭାବେ ଗତିଶୀଳ ହୋଇଛି। କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ ଚଳଚ୍ଚିତ୍ରର ପଚାର ପ୍ରସାର ଏକ ନୂତନ ଶୈଳୀରେ ହୋଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe