ଆର୍ଥିକ ସଙ୍କଟ ଦେଇ ଗତି କରୁଛି; କାମ ଅପେକ୍ଷାରେ ମୁଁ

Advertisment
ଆର୍ଥିକ ସଙ୍କଟ ଦେଇ ଗତି କରୁଛି; କାମ ଅପେକ୍ଷାରେ ମୁଁ

ନୂଆଦିଲ୍ଲୀ: ଟିକୁ ତଲସାନିଆ ବଲିଉଡର ଜଣେ ଜଣାଶୁଣା ଅଭିନେତା । ସେ ତାଙ୍କ ଭୂମିକା ମାଧ୍ୟମରେ ଦର୍ଶକଙ୍କ ଖୁବ ମନୋରଞ୍ଜନ କରିବା ସହିତ ଲୋକଙ୍କୁ ବେଶ ହସାଇ ଆସିଛନ୍ତି।

ଟିକୁ ’ବକ୍ତ ହାମାରା ହୈ’ ଚଳଚ୍ଚିତ୍ରରେ ଗମ୍ଭୀର ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଏହାପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ‘ଦେବଦାସ’ରେ ଅଭିନୟ କରି ଟିକୁ ଚର୍ଚ୍ଚାକୁ ଆସିଥିଲେ ​​।

ପ୍ରକାଶିତ ରିପୋର୍ଟ ମୁତାବକ, ଟିକୁ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଟିକୁ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ପ୍ରାୟ ୫ବର୍ଷ ହେବ କାମ ପାଇ ନାହିଁ। ଥିଏଟରରେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଛି। ନିର୍ମାତା ଓ ପ୍ରଯୋଜକଙ୍କୁ କାମ ଦେବାକୁ ଗୁହାରି ବି କରିଛି। କିନ୍ତୁ ‌କୌଣସି କାମ ମୋ ହାତକୁ ଆସୁ ନାହିଁ।

ଯଦି ନିର୍ମାତା ଓ ପ୍ରଯୋଜକ ଭାବୁଥିବେ ସବୁବେଳେ ଲୋକଙ୍କୁ ହସାଉଥିବା ଟିକୁ କ’ଣ ଗମ୍ଭୀର ଭୂମିକାରେ ଅଭିନୟ କରି ପାରିବ? ତେବେ ମୁଁ ଦାବିର ସହ କହିବି ମୋତେ କାମ ଦେଇକି ଦେଖନ୍ତୁ... ଯଦି ମୁଁ ଠିକ ଭାବେ ସେମାନେ ଦେଇଥିବ‌ା କାମକୁ ନକରି ପାରିଲି ଅଭିନୟ ଛାଡ଼ି ଦେବି। ଥରଟେ ତ ମୋ କାମ ଉପରେ ବିଶ୍ବାସ କରନ୍ତୁ। କାରଣ ଯେହେତୁ ମୁଁ ସବୁବେଳେ ଲୋକଙ୍କୁ ହସାଉଥିବା ଭୂମିକାରେ ଅଭିନୟ କରି ଆସିଛି ସମସ୍ତଙ୍କ ମନରେ ସେହି ଭଳି ଛବି ଆଙ୍କି ହୋଇଯାଇଛି।

ତେଣୁ ସିନେମା ନିର୍ମାତା ଓ ପ୍ରଯୋଜକ ମୋତେ କମେଡି ଭୂମିକା ଛଡ଼ା ଆଉ କିଛି ଭୂମିକାରେ କାମ ଦେବ‌ାକୁ ପଛଘୁଞ୍ଚା ଦେଉଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe