ହୃଦଘାତ ନୁହେଁ ଅଭିନେତା ଟିକୁ ତଲସାନିଆଙ୍କର ହୋଇଛି ବ୍ରେନ ଷ୍ଟ୍ରୋକ୍

Advertisment

ଅନ୍ଦାଜ୍ ଅପନା ଅପନା, ଇସ୍କ, ଜୋଡି ନମ୍ବର ୱାନ୍ ଭଳି ବଲିଉଡ ଫିଲ୍ମ କରିଥିବା ଅଭିନେତା ଟିକୁ ତଲସାନିଆଙ୍କର ହୃଦଘାତ ନୁହେଁ ବରଂ ବ୍ରେନ ଷ୍ଟ୍ରୋକ୍ ହୋଇଛି ବୋଲି ଜଣାପଡ଼ିଛି।

ଅନ୍ଦାଜ୍ ଅପନା ଅପନା, ଇସ୍କ, ଜୋଡି ନମ୍ବର ୱାନ୍ ଭଳି ବଲିଉଡ ଫିଲ୍ମ କରିଥିବା ଅଭିନେତା ଟିକୁ ତଲସାନିଆଙ୍କର ହୃଦଘାତ ନୁହେଁ ବରଂ ବ୍ରେନ ଷ୍ଟ୍ରୋକ୍ ହୋଇଛି ବୋଲି ଜଣାପଡ଼ିଛି।

ttiku

ମୁମ୍ବାଇ: ଅନେକ ବଲିଉଡ୍ ଫିଲ୍ମରେ ନିଜର କମେଡି ପାଇଁ ଦର୍ଶକଙ୍କୁ ହସାଇଥିବା ଅଭିନେତା ଟିକୁ ତଲସାନିଆ ହୃଦଘାତର ଶିକାର ହୋଇଥିବା ନେଇ ପ୍ରଥମେ ଖବର ମିଳିଥିଲା। ହେଲେ ଏବେ ହୃଦଘାତ ନୁହେଁ ଅଭିନେତା ଟିକୁ ତଲସାନିଆଙ୍କର ବ୍ରେନ ଷ୍ଟ୍ରୋକ୍ ହୋଇଥିବା ସାମ୍ନାକୁ ଆସିଛି। ତାଙ୍କ ପତ୍ନୀ ଦୀପ୍ତି ତଲସାନିଆ ଏହି ଖୁଲାସା କରିଛନ୍ତି।

ସେ କହିଛନ୍ତି ଯେ, "ତାଙ୍କର ହୃଦଘାତ ନୁହେଁ, ବ୍ରେନ୍ ଷ୍ଟ୍ରୋକ୍ ହୋଇଛି। ସେ ଏକ ଫିଲ୍ମ ସ୍କ୍ରିନିଂରେ ଯୋଗ ଦେବାକୁ ଯାଇଥିଲେ ଏବଂ ରାତି ପ୍ରାୟ ୮ଟା ବେଳେ ଅସୁସ୍ଥ ଅନୁଭବ କରିବାକୁ ଲାଗିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି।"

ତେବେ ଟିକୁ ତଲସାନିଆ ମନୋରଞ୍ଜନ ଜଗତର ଜଣେ ଲୋକପ୍ରିୟ ଚେହେରା। ସେ ଅନ୍ଦାଜ୍ ଅପନା ଅପନା, ଇସ୍କ, ଯୋଡ଼ି ନମ୍ବର ୧, ହଙ୍ଗାମା, ସ୍ପେଶାଲ୍ ୨୬, ଧମାଲ ଓ ପାର୍ଟନର ଭଳି କମେଡି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ସେ ଶାହରୁଖ ଖାନଙ୍କ ସମେତ ଅନେକ ବଡ଼ ବଡ଼ କଳାକାରଙ୍କ ସହିତ ସ୍କ୍ରିନ୍ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe