ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିଆଙ୍କ ହୃଦଘାତ

Advertisment

ଅନ୍ଦାଜ୍ ଅପନା ଅପନା, ଇସ୍କ, ଜୋଡି ନମ୍ବର ୱାନ୍ ଭଳି ବଲିଉଡ ଫିଲ୍ମ କରିଥିବା ଅଭିନେତା ଟିକୁ ତଲସାନିଆଙ୍କ ହୃଦଘାତ ହୋଇଛି। ଶୁକ୍ରବାର ତାଙ୍କର ହୃଦଘାତ ହୋଇଥିବା ସାମ୍ନାକୁ ଆସିଛି।

ଅନ୍ଦାଜ୍ ଅପନା ଅପନା, ଇସ୍କ, ଜୋଡି ନମ୍ବର ୱାନ୍ ଭଳି ବଲିଉଡ ଫିଲ୍ମ କରିଥିବା ଅଭିନେତା ଟିକୁ ତଲସାନିଆଙ୍କ ହୃଦଘାତ ହୋଇଛି। ଶୁକ୍ରବାର ତାଙ୍କର ହୃଦଘାତ ହୋଇଥିବା ସାମ୍ନାକୁ ଆସିଛି।

ttikut

ମୁମ୍ବାଇ: ଅନେକ ବଲିଉଡ୍ ଫିଲ୍ମରେ ନିଜର କମେଡି ପାଇଁ ଦର୍ଶକଙ୍କୁ ହସାଇଥିବା ଅଭିନେତା ଟିକୁ ତଲସାନିଆ ହୃଦଘାତର ଶିକାର ହୋଇଛନ୍ତି। ଏବେ ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି। ବର୍ତ୍ତମାନ ଟିକୁ ତଲସାନିଆଙ୍କ ଅବସ୍ଥା ବହୁତ ଗମ୍ଭୀର ବୋଲି କୁହାଯାଉଛି।

ସୂଚନା ମୁତାବକ, ଅଭିନେତା ଟିକୁ ତଲସାନିଆ ଶୁକ୍ରବାର ଦିନ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ୭୦ ବର୍ଷୀୟ ଅଭିନେତା ବର୍ତ୍ତମାନ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି।

ତେବେ ଟିକୁ ତଲସାନିଆ ମନୋରଞ୍ଜନ ଜଗତର ଜଣେ ଲୋକପ୍ରିୟ ଚେହେରା। ସେ ଅନ୍ଦାଜ୍ ଅପନା ଅପନା, ଇସ୍କ, ଯୋଡ଼ି ନମ୍ବର ୧, ହଙ୍ଗାମା, ସ୍ପେଶାଲ୍ ୨୬, ଧମାଲ ଓ ପାର୍ଟନର ଭଳି କମେଡି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ସେ ଶାହରୁଖ ଖାନଙ୍କ ସମେତ ଅନେକ ବଡ଼ ବଡ଼ କଳାକାରଙ୍କ ସହିତ ସ୍କ୍ରିନ୍ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe