photo--india tv
ମୁମ୍ବାଇ: କଙ୍ଗନା ରାନାଓ୍ଵତ୍ ଓ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ମେଣ୍ଟାଲ୍ ହେ କ୍ୟା’ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ଜୁଲାଇ ୨୬ ତାରିଖରେ ରିଲିଜ୍ କରାଯିବ। ତେବେ ଏହାର ଟାଇଟଲ୍କୁ ନେଇ ସେନସର ବୋର୍ଡ ଆପତ୍ତି ଉଠାଇଥିଲା ଏବଂ ତାହାକୁ ବଦଳାଇବା ଲାଗି ପରାମର୍ଶ ଦେଇଛି।
ଫିଲ୍ମର ଟାଇଟଲକୁ ନେଇ ବିବାଦ ଉପୁଜୁଛି। ଏହାର ପୋଷ୍ଟର କିନ୍ତୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛି।‘ମେଣ୍ଟାଲ୍ ହେ କ୍ୟା ’ର ଟାଇଟଲ ଓ ଏହାର କାହାଣୀକୁ ନେଇ ଇଣ୍ଡିଆନ୍ ସାଇକିଆଟ୍ରିଷ୍ଟ୍ ସୋସାଇଟି ପକ୍ଷରୁ ଆପତ୍ତି ଉଠିଛି। ଏହି ସୋସାଇଟି ପକ୍ଷରୁ ସିବିଏଫ୍ସିରେ ଅଭିଯୋଗ କରାଯାଇଛି।
photo-news laundryସିବିଏଫ୍ସି ଏହାକୁ ଗମ୍ଭୀରତାର ସହ ବିଚାର କରିବା ପରେ ଫିଲ୍ମର ପ୍ରଯୋଜକଙ୍କୁ ଟ୍ରେଲର ରିଲିଜ୍ କରିବା ପୂର୍ବରୁ ଏହାର ଟାଇଟଲ୍ ବଦଳାଇବା ଲାଗି କହିଛନ୍ତି। ଏବେ ଶୁଣିବାକୁ ମିଳୁଛି ‘ମେଣ୍ଟାଲ ହେ କ୍ୟା’ର ଟାଇଟଲ୍ ବଦଳାଇ ‘ସେଣ୍ଟିମେଣ୍ଟାଲ୍ ହେ କ୍ୟା’ ରଖାଯିବ। ତେବେ ଦେଖାଯାଉ ଏହି ଫିଲ୍ମର ଟାଇଟଲ୍ ବଦଳୁଛି କି ନା।
Follow Us