‘ତିତ୍ଲି’ ପରେ ପୁଣି ବଡ଼ ପରଦାକୁ ଫେରୁଛନ୍ତି ନାୟିକା ଦିବ୍ୟାସ୍ନାତା। ‘ତିତ୍ଲି’ ସିନେମାରେ ତୁଷାରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସେ। ହେଲେ ଏବେ ତାଙ୍କୁ ମିଳିଛି ଓଲିଉଡ୍ର ଆଗଧାଡ଼ିର ନାୟକ ସବ୍ୟସାଚୀଙ୍କ ସାଥ୍। ଦର୍ଶକ ୨୦୨୬ରେ ଓଡ଼ିଆ ଦର୍ଶକ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦିବ୍ୟାସ୍ନାତାଙ୍କୁ ଦେଖିବାକୁ ପାଇବେ। ୧୯୯୯ ମହାବାତ୍ୟାର ପ୍ରେକ୍ଷାପଟରେ ନିର୍ମାଣ ହେଉଥିବା ‘ଲ୍ୟାଣ୍ଡଫଲ୍’ରେ ପ୍ରଥମ ଥର ଲାଗି ସବ୍ୟସାଚୀ-ଦିବ୍ୟାସ୍ନାତାଙ୍କ ଯୋଡ଼ି ନଜର ଆସିବ।
‘ଦମନ’ ଫେମ୍ ନିର୍ଦ୍ଦେଶକ ଯୋଡ଼ି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ‘ଲ୍ୟାଣ୍ଡଫଲ୍’ର ନିର୍ଦ୍ଦେଶନା ଦେଉଛନ୍ତି। ପିକ୍ସେଲ ମୁଭିଜ୍ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରର ସିନେମାଟୋଗ୍ରାଫର୍ ହେଲେ ପ୍ରତାପ ରାଉତ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଗୌରବ ଆନନ୍ଦ। ଫିଲ୍ମଟି ପରଦାକୁ ଆସିବା ପରେ ଜଣାଯିବ ‘ତିତ୍ଲି’ ପରେ ନାୟିକା ଦିବ୍ୟାସ୍ନାତା କି କମାଲ୍ କରିଛନ୍ତି।
Follow Us