ସୋ’ର ସଫଳତାକୁ ନେଇ ସହିପାରୁ ନାହାନ୍ତି ଲୋକେ କରୁଛନ୍ତି ଗୁଜବ ପ୍ରଚାର

‘ତାରକ ମେହତା କା ଉଲଟା ଚଷମା’ ସୋ’ର ଅଭିନେତା ଦିଲିପ ଜୋସି ପ୍ରଯୋଜକ ଅସିତ ମୋଦୀଙ୍କ ସହିତ ବିବାଦକୁ ଖଣ୍ଡନ କରି କହିଛନ୍ତି, ‘ମୋର ଆପଣମାନଙ୍କୁ ଅନୁରୋଧ ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ’

ଭକମଖ


ନୂଆଦିଲ୍ଲୀ: ‘ତାରକ ମେହତା କା ଉଲଟା ଚଷମା’ ସୋ’ର ଅଭିନେତା ଦିଲିପ ଜୋସି ପ୍ରଯୋଜକ ଅସିତ ମୋଦୀଙ୍କ ସହିତ ବିବାଦକୁ ଖଣ୍ଡନ କରିଛନ୍ତି।

ଦିଲିପ ଜୋସି କହିଛନ୍ତି, ‘ଅସିତ ମୋଦୀଙ୍କ ସହିତ ମୋର ବିବାଦ ଲାଗିଥିବା ଖବର ମିଥ୍ୟା। ଲୋକମାନେ ସୋ’ର ସଫଳତାକୁ ନେଇ ସହି ପାରୁ ନାହାନ୍ତି। ହିଂସା କରୁଛନ୍ତି। ଗୁଜବ ପ୍ରଚାର ହେଉଛି କି ଛୁଟି ପାଇଁ ମୁଁ ଅସିତ ମୋଦୀଙ୍କ ସାର୍ଟ କଲର ଧରି ପକାଇଥିଲି। ଆମ ଦୁହିଁଙ୍କ ମଧ୍ୟରେ ଅନେକ ଯୁକ୍ତିତର୍କ ଲାଗିଥିଲା।  ମୋର ଗଣମାଧ୍ୟମକୁ ଅନୁରୋଧ ଏଭଳି ମିଥ୍ୟା ପ୍ରଚାର କରନ୍ତୁ ନାହିଁ। ଯାହାକି ମୋତେ ଆଘାତ ଦେଉଛି। ମୋର ଫ୍ୟାନ୍ସମାନେ ଏଭଳି ଖବର ପାଇବା ପରେ ଦୁଃଖୀ ହୋଇଯାଇଛନ୍ତି।

ତେବେ ଏଭଳି ଗୁଜବ ପ୍ରଥମ ନୁହେଁ। ଏହାପୂର୍ବରୁ ବି ପ୍ରଚାର କରାଯାଇଥିଲା କି ମୁଁ ‘ତାରକ ମେହତା କା ଉଲଟା ଚଷମା’ ସୋ’ ଛାଡ଼ି ଦେଉଛି। ଯାହାକି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଥିଲା। ଏବେ ଲାଗୁଛି କି ସୋ’ର ଟିଆରପି ହ୍ରାସ ପାଇଁ ଲୋକେ ପ୍ରତି ସପ୍ତାହରେ ଏପରି ମନଗଢ଼ା କାହାଣୀ ପ୍ରଚାର କରିବା ପାଇଁ ଯୋଜନା କରି ରଖିଛନ୍ତି।

ଏସବୁ ଖବର ମଧ୍ୟରେ ମୁଁ ଆପଣମାନଙ୍କୁ ସ୍ପଷ୍ଟ ଭାବେ କହି ଦେବାକୁ ଚାହିଁବି କି  : ‘ତାରକ ମେହତା କା ଉଲଟା ଚଷମା’ ସୋ’ ସହିତ ମୁଁ ଅନେକ ଦିନରୁ ଯୋଡ଼ି ହୋଇ ରହିଛି। ଏହାକୁ ମୁଁ ଛାଡ଼ି ନାହିଁ।ପ୍ରଯୋଜକ ଅସିତ ମୋଦୀଙ୍କ ସହିତ ମୋର କୌଣସି ପ୍ରକାର ବିବାଦ ଲାଗି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe