Advertisment

ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ

Advertisment
ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ

ଭୁବନେଶ୍ୱର: (ଶିବଶଙ୍କର ଓଝା) :ଆଜି ହେଉଛି ଓଡ଼ିଆ ସିନେ ଜଗତର ଦୁଇ ବହୁମୁଖୀ ପ୍ରତିଭାସଂପନ୍ନ ଦିଗ୍‌ଗଜଙ୍କର ଜନ୍ମଦିନ । ଏ ଦୁହେଁ ଓଲିଉଡ଼ ସହ ଅନେକ ବର୍ଷ ଧରି ଜଡ଼ିତ ଏବଂ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଏହି ଦୁଇ ସେଲିବ୍ରିଟି ସପରିବାର କଟକରେ ବାସ କରୁଛନ୍ତି ।
ଏ ଦୁହିଁଙ୍କ ମଧ୍ୟରୁ ଜଣେ ହେଲେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ -ଅଭିନେତା ଏବଂ ବ୍ୟଙ୍ଗକାର ଶ୍ରୀ ସ୍ୱରୂପ ନାୟକ । ୧୯୪୬ ମସିହା ଫେବୃଆରି ୮ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୨ ରେ ମୁକ୍ତିପ୍ରାପ୍ତ ‘ ଜୟଦେବ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ବଡପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ସେ । ବଡ଼ ହେବା ପରେ ସ୍ୱରୂପ ସତୀ ଅନସୂୟା, ସୁନା ସଂସାର, କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା ଆଦି ସମେତ ବେଶ୍‌ କେତୋଟି ଓଡ଼ିଆ ଛବିରେ ଅଭିନେତା ଭାବେ ନଜର ଆସିଥିଲେ ।

ହେଲେ ସ୍ୱରୂପ ନାୟକ ଗୀତିକାର-ସଙ୍ଗୀତକାର ଭାବେ ଓଲିଉଡ଼ରେ ବିଶେଷ ସଫଳତା ହାସଲ କରିଛନ୍ତି । ତାଙ୍କ ସ୍ୱରାରୋପିତ ପ୍ରଥମ ଓଡ଼ିଆ ଛବି ହେଲା ‘ ଦୁର୍ଗା ନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ହୀରାନୀଳା’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି- ଲାଲପାନ ବିବି, ବଗଲା ବଗୁଲୀ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଯଶୋଦା, କୃଷ୍ଣା କାବେରୀ, କିଏ ହେବ ଶୁଆ ପୋଷିଲେ, ଶୁଭଦ୍ରା, ସକଳ ତୀର୍ଥ ତୋ’ ଚରଣେ, ଉଦଣ୍ଡୀ ସୀତା, ପଞ୍ଜୁରି ଭିତରେ ଶାରୀ, ମୋ’ କୋଳ ତୋ’ ଝୁଲଣା, ଏ ଯୁଗର କୃଷ୍ଣ ସୁଦାମା, ଆଇ ଲଭ ୟୁ, ଅର୍ଜୁନ, ପ୍ରେମୀ ନମ୍ବର ଓ୍ଵାନ, ଶାଶୁ ଘର ଚାଲିଯିବି, ପ୍ରେମ ଋତୁ ଆସିଲାରେ, ପ୍ରଥମ ପ୍ରେମ, ମୁଁ ତତେ ଲଭ୍‌ କରୁଚି, ରୋମିଓ ଦ ଲଭରବୟ ଏବଂ ଅପ୍‌ନା ହାତ୍‌ ଜଗନ୍ନାଥ ଆଦି । ସେ ଷାଠିଏରୁ ଅଧିକ ଓଡ଼ିଆ ଛବିରେ ମଧ୍ୟ ଗୀତର ରଚନା କରିଛନ୍ତି । ତାଙ୍କର ଏକ ଓଡ଼ିଆ ଛବି ‘ଆଇ ଲଭୟୁ-୨’ ରିଲିଜ୍‌ ଅପେକ୍ଷାରେ ରହିଛି।

publive-image
ସାମ୍ବାଦିକରୁ ଗୀତିକାର, କାହାଣୀକାର ଚିତ୍ରନାଟ୍ୟ ଲେଖକ ଓ ସଂଳାପ ଲେଖକ ,ଉପସ୍ଥାପକ ତଥା ଅଭିନେତା ଭାବେ ଓଡ଼ିଶାର ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଲେ ବିଜୟ ମଲ୍ଲ । ସେ ୧୯୬୨ ମସିହା ଫେବୃଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜ୍ୟୋତି ପ୍ରକାଶଙ୍କ ନିର୍ଦ୍ଦେଶିତ ତଥା ସ୍ୱରୂପ ନାୟକଙ୍କ ସ୍ୱରାରୋପିତ ‘ବାବୁ ପର୍ଶୁରାମ’ ସିନେମାରୁ ଗୀତିକାର ଭାବେ କ୍ୟାରିିଅର୍‌ ଆରମ୍ଭ କରିଥିଲେ । ଏହାପରେ ୫୦ ରୁ ଅଧିକ ଓଡ଼ିଆ ଛବିରେ ଗୀତ ଲେଖିଛନ୍ତି । ଅପରପକ୍ଷରେ ବିଜୟ ମଲ୍ଲ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ରସିକ ନାଗର’ ସିନେମାରୁ ସଂଳାପ ଲେଖକଭାବେ ଓଲିଉଡ଼ରେ କ୍ୟାରିଅର୍‌ ଆରମ୍ଭ କରିଥିଲେ ।

ଏହାପରେ ସେ ଲାଲ ଟୁକ୍‌ ଟୁକ୍‌ ସାଧବ ବୋହୁ, ପାଗଳ କରିଚି ପାଉଁଜି ତୋ’ର, ଏସିପି ରଣବୀର, ହାତ ଧରି ଚାଲୁଥା, କେହି ଜଣେ ଭଲ ଲାଗେରେ, ଲଭ ୟୁ ହମେଶା ଏବଂ ଯୋଉଠି ତୁ ସେଇଠି ମୁଁ ସମେତ ବେଶ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ରଚନା କରିଛନ୍ତି । ଏତଦ୍‌ବ୍ୟତୀତ ବିଜୟ ମଲ୍ଲ ମେଗା ଧାରାବାହିକର ସଂଳାପକାର ଭାବେ ମଧ୍ୟ ବେଶ୍‌ ସକ୍ରିୟ ।

ଓଲିଉଡର ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ଜନ୍ମ ଦିନରେ ସମ୍ବାଦ ଡଟ୍‌ ଇନ ର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe