ଆଜି ରିଲିଜ୍‌ : ‘ଯୋଗୀ’

Advertisment
ଆଜି ରିଲିଜ୍‌ : ‘ଯୋଗୀ’

ଭୁବନେଶ୍ୱର: ଆଜି ଯେଉଁ ନୂଆ ଓଡ଼ିଆ ଛବି ରିଲିଜ୍‌ ହେଉଛି ,ତାହା ହେଲା ‘ଯୋଗୀ’। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଂଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ନାୟକ ଭୂମିକାରେ ଅଛନ୍ତି ନବାଗତ ଆର୍ଯ୍ୟନ୍‌ ଦାଶ କୁମାର ଓ ନାୟିକା ଭୂମିକା ନିଭାଇଛନ୍ତି ନବାଗତା ନିକିତା।ଅବଶ୍ୟ ନିକିତା ଓଲିଉଡ଼୍‍ରେ ଶିଶୁ କଳାକାର ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ।ନାୟିକା ଭାବେ ‘ଯୋଗୀ’ ତାଙ୍କର ପ୍ରଥମ ସିନେମା।ଦର୍ଶକ ଆର୍ଯ୍ୟନ ଓ ନିକିତାଙ୍କ ଯୋଡ଼ିକୁ ଏଥିରେ କିଭଳି ପସନ୍ଦ କରୁଛନ୍ତି,ତାହା ଦେଖିବାକୁ ବାକି ରହିଲା।ନାୟକ ହେଉଛି ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ।ଆଉ ନାୟିକା ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଝିଅ।

publive-image

ଏହି ଫିଲ୍ମରେ ଟାଇଟଲ ରୋଲରେ ଅଛନ୍ତି ଅଭିନେତା ହର ରଥ। ଅନ୍ୟ ଭୂମିକାରେ ଅଛନ୍ତି ବିଜୟ ମହାନ୍ତି, ସ୍ମିତା ମହାନ୍ତି, ମନୋଜ ମିଶ୍ର ପ୍ରମୁଖ କଳାକାର। ଏହାର କାହାଣୀ ଲେଖିଛନ୍ତି ଛବିତା ମାର୍ଥା ଏବଂ ସଂଳାପ ଲେଖିଛନ୍ତି ଡ଼ ରଜନୀରଂଜନ। ଦୀପକ କୁମାର ‘ଯୋଗୀ’ର ସଙ୍ଗୀତ ନିର୍ଦ୍ଦେଶକ। ଚଳିତ ଅପ୍ରେଲ ମାସରେ ଦୁଇଟି ଓଡ଼ିଆ ସିନେମା ଆଗରୁ ରିଲିଜ୍‌ ହୋଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe