ଆଜି ମୁକ୍ତିଲାଭ କରୁଛି ‘ମୁଁ ପରଦେଶୀ ଚଢ଼େଇ’

ଆଜି ମୁକ୍ତିଲାଭ କରୁଛି ‘ମୁଁ ପରଦେଶୀ ଚଢ଼େଇ’

ଭୁବନେଶ୍ବର: ଆଜି ମୁକ୍ତିଲାଭ କରୁଛି ନୂଆ ଓଡ଼ିଆ ସିନେମା ‘ମୁଁ ପରଦେଶୀ ଚଢ଼େଇ’। ଏହାର ପ୍ରମିଅର୍ ଆଜି ପୂର୍ବାହ୍ନରେ କଟକର ବୃନ୍ଦାବନ ସିନେମା ହଲରେ ହେଉଥିବାର ସୂଚନା ମିଳିଛି।ଏହା ଏକ ରୋମାଣ୍ଟିକ୍ ଫିଲ୍ମ। ଏହାର କାହାଣୀରେ ସସପେନ୍ସ ବି ଥିବା କୁହାଯାଉଛି। ପୁଣି ଥରେ ଦର୍ଶକ ଏଥିରେ ଅର୍ଦ୍ଧେନ୍ଦୁଙ୍କ ଆକସନ୍ ଅବତାର ଦେଖିବାକୁ ପାଇବେ।

‘ମୁଁ ପରଦେଶୀ ଚଢ଼େଇ’ରେ ଓଲିଉଡର ଦୁଇ ଜଣାଶୁଣା କଳାକାର ଅର୍ଦ୍ଧେନ୍ଦୁ ଓ ଅନୁଭା ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି। ଏଥିରେ ମିହିର ଦାସଙ୍କୁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁ , ଅନୁଭା ଓ ମିହିର ଦାସଙ୍କ ବ୍ୟତୀତ ପୁଷ୍ପା ପଣ୍ଡା ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଅସଦ୍ ନିଜାମ୍ ଏହାର ସଙ୍ଗୀତକାର।

‘ମୁଁ ପରଦେଶୀ ଚଢେଇ’ର ନିର୍ଦ୍ଦେଶକ ହେଲେ କେ.ମୁରଲୀ କ୍ରିଷ୍ଣା, ଯିଏ କି ଆଗରୁ ‘ରଙ୍ଗିଲା ଟୋକା’, ‘ଚଉକା ଛକା’, ‘କେହି ଜଣେ ଭଲ ଲାଗେରେ’, ‘ଗପ ହେଲେ ବି ସତ’, ‘ଜଗା ହାତରେ ପଘା’, ‘ଅଭୟ’, ‘ଅଗସ୍ତ୍ୟ’ , ‘ବେବି’ ଓ ‘ଚଂପିଆନ୍’ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

publive-image

ଅର୍ଦ୍ଧେନ୍ଦୁଙ୍କୁ ପୂର୍ବରୁ ଦର୍ଶକ ‘ଅ ଆ ହର୍ଷେଇ’, ‘ଟପୋରି’ ଓ ‘ବ୍ଲାକମେଲ୍’ ଆଦି ସିନେମାରେ ନାୟକଭାବେ ଦେଖିବାକୁ ପାଇଛନ୍ତି। ଅପରପକ୍ଷରେ ଅନୁଭା ଆଗରୁ ‘ମୁଁ ପ୍ରେମୀ ମୁଁ ପାଗଳ’, ‘ସୁଇଟ୍ ହାର୍ଟ’, ‘ରିଭେଞ୍ଜ୍’ , ‘ବଜରଙ୍ଗୀ’ ଓ ‘ସାଥୀ ତୁ ଫେରିଆ’ ଆଦି ସିନେମାରେ ନାୟିକାଭାବେ ନଜର ଆସିଛନ୍ତି। ‘ମୁଁ ପରଦେଶୀ ଚଢ଼େଇ’ରେ ଅର୍ଦ୍ଧେନ୍ଦୁ-ଅନୁଭାଙ୍କ ଯୋଡ଼ି କି କମାଲ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe