Advertisment

ଆଜି ହାଟ୍ରିକ୍‌ କରୁଛନ୍ତି ସବ୍ୟସାଚୀ-ଏଲିନା

Advertisment

ପ୍ରଥମ ଥରଲାଗି ପରଦାଉପରେ ଜଣାଶୁଣା ଗାୟିକା ଅସୀମା ପଣ୍ଡା

ପ୍ରଥମ ଥରଲାଗି ପରଦାଉପରେ ଜଣାଶୁଣା ଗାୟିକା ଅସୀମା ପଣ୍ଡା

ଆଜି ହାଟ୍ରିକ୍‌ କରୁଛନ୍ତି ସବ୍ୟସାଚୀ-ଏଲିନା

ଭୁବନେଶ୍ବର: ପୁଣି ଏକ ବିଗ୍‌ ବ୍ୟାନର ସିନେମାରେ ଆଜି ପରଦାକୁ ଆସୁଛନ୍ତି ସବ୍ୟସାଚୀ-ଏଲିନା। ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରଥମ ସିନେମା ‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ ଆଜି ରିଲିଜ୍‌ ହେଉଛି। ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଏଲିନା। ଆଗରୁ ଏହି ଯୋଡିକୁ ଦର୍ଶକଙ୍କୁ ଗତ ବର୍ଷ ଦୁଇଟି ସିନେମାରେ ଦେଖିବାକୁ ମିଳିଥିଲା।

ଏହି ସିନେମା ହେଲା ‘ଟୋକାଟା ଫସିଗଲା ଏବଂ ‘ଫୋର ଇଡିଅଟସ୍‌’।‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥର ଲାଗି ଏକାଠି ଆସୁଛନ୍ତି ସବ୍ୟ-ଏଲିନା। ଏଣୁ ଆଜି ବି ହାଟ୍ରିକ୍‌ କରିବେ ଏହି ଯୋଡ଼ି।ଏହି ସିନେମାରେ ସଲିଲ ମିତ୍ର ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।

publive-image

ସବୁଠାରୁ ବଡ଼ କଥା ହେଲା ‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ପରଦାଉପରେ ଜଣାଶୁଣା ଗାୟିକା ଅସୀମା ପଣ୍ଡା ପ୍ରଥମ ଥରଲାଗି ନଜର ଆସିବେ।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ନବୀନ ଭଣ୍ଡାରୀ ଏହାର ପ୍ରଯୋଜକ। ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe