ଓଲିଉଡରେ କାହାର ଦୁଷ୍ଟାମି ପସନ୍ଦ ଆସିବ ଦର୍ଶକଙ୍କୁ ? ପିଲାଙ୍କର ନା ବୁଢ଼ାଙ୍କର ?

Advertisment
ଓଲିଉଡରେ କାହାର ଦୁଷ୍ଟାମି ପସନ୍ଦ ଆସିବ ଦର୍ଶକଙ୍କୁ ? ପିଲାଙ୍କର ନା ବୁଢ଼ାଙ୍କର ?

ଭୁବନେଶ୍ୱର: ଆଜି ରିଲିଜ୍‌ ହେଉଛି ଦୁଇଟି ଓଡ଼ିଆ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ‘ବାପା ,ତୁମେ ଭାରି ଦୁଷ୍ଟ’ ବଂ¸ଆରଟି ହେଲା ‘ଚାଲ୍‌ ଟିକେ ଦୁଷ୍ଟ ହେବା’। ପ୍ରଥମ ସିନେମାର ବାପା ଜଣକ ହେଲେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା। ଆଉ ତାଙ୍କର ଦୁଷ୍ଟାମି ଦେଖିବାକୁ ହେଲେ ଆପଣଙ୍କୁ ନିଶ୍ଚିତ ଭାବେ ସିଦ୍ଧାର୍ଥ ଟିଭିର ନୂଆ ସିନେମା ‘ବାପା,ତମେ ଭାରି ଦୁଷ୍ଟ’ର ଦେଖିବାକୁ ପଡ଼ିବ। ଏହା ଏକ ରୋମାଣ୍ଟିକ୍‌ କମେଡ଼ି । ଏହାର ନିର୍ଦ୍ଦେଶକ ହେଲେ ଟି.ଗଣେଶ।

publive-image
‘ବାପା ତମେ ଭାରି ଦୁଷ୍ଟ’ର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରଓ୍ଵାଲ୍‌।ଏହାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ। ଏଥିରେ ଟେଲି ଦୁନିଆଁର ଦୁଇ ଜଣ ନାଆଁକରା ଅଭିନେତା ଜୟଜିତ୍‌ଓ ଅଭିନେତ୍ରୀ ସମିତାଙ୍କୁ ବଡ ପରଦାରେ ନାୟକ-ନାୟିକା ଭୂମିକାରେ ବ୍ରେକ୍‌ ଦିଆଯାଇଛି।ଦର୍ଶକ ଜୟଜିତ୍‌-ସମିତାଙ୍କ ନୂଆ ଏଦଦମ୍‌ ଫ୍ରେସ୍‌ ଯୋଡ଼ି ସାଙ୍ଗକୁ ପ୍ରଦ୍ୟୁମ୍ନ ଲେଙ୍କାଙ୍କର କମେଡି ଅଭିନୟ ପସନ୍ଦ ଆସିବ ଦର୍ଶକଙ୍କୁବୋଲି ଆଶା କରାଯାଉଛି।‘ବାପା ତମେ ଭାରି ଦୁଷ୍ଟ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ,ଅସଦ୍‌ ନିଜାମ୍‌ ଓ ଅନୁପମ ମହାନ୍ତି।

publive-image
ତରଙ୍ଗ ସିନେ ପ୍ରଡକସନ୍‌ସ ବ୍ୟାନରରେ ନିର୍ମିତ ସିନେମା ହେଲା ‘ଚାଲ୍‌ ଟିକେ ଦୁଷ୍ଟ ହେବା’।ଏ ହି ସିନେମାରେ ଦର୍ଶକ ତିନି ଜଣ ଟିନ୍‌ ଏଜର ନାୟକ,ନାୟିକାଙ୍କର ରୋମାଣ୍ଟିକ୍‌ ଦୁଷ୍ଟାମି ଦେଖିବାକୁ ପାଇବେ ।ଏହି ତିନି ଜଣ ହେଲେ ନବାଗତ ରିସାନ୍‌,ସୟାଲି ଓ ମହିମା। ‘ଚାଲ୍‌ ଟିକେ ଦୁଷ୍ଟ ହେବା’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତାପସ ସରଘରିଆ।ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଭୂତିଭୂଷଣ ଗଡ଼ନାୟକ। ଏହି ରୋମାଣ୍ଟିକ୍‌ ଫିଲ୍ମରେ ପିଲାମାନଙ୍କର ଦୁଷ୍ଟାମିକୁ ଦର୍ଶକ ପସନ୍ଦ କରୁଛନ୍ତି, ନା ବୟସ୍କଙ୍କର ଦୁଷ୍ଟାମି ତାଙ୍କୁ ତାହା ଦେଖବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe