ଆଜି ଶୁଭମୁକ୍ତି ‘ବଦ୍‌ଲା’: ‘ସବୁ ଥର କ୍ଷମା କରିଦେବା ଠିକ୍‌ ହୋଇ ନଥାଏ’

Advertisment
ଆଜି ଶୁଭମୁକ୍ତି ‘ବଦ୍‌ଲା’:  ‘ସବୁ ଥର କ୍ଷମା କରିଦେବା ଠିକ୍‌ ହୋଇ ନଥାଏ’

ମୁମ୍ବାଇ: ‘ସବୁ ଥର କ୍ଷମା କରିଦେବା ଠିକ୍‌ ହୋଇ ନଥାଏ।’ ଚଳଚ୍ଚିତ୍ର ‘ବଦ୍‌ଲା’ରେ ଏପରି ସଂଳାପ କହିଛନ୍ତି ବଲିଉଡ୍‌ ବାଦଶାହା ଅମିତାଭ ବଚ୍ଚନ। ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ବଦ୍‌ଲା’। ମାତ୍ର ଏହି ବଦ୍‌ଲା ଅର୍ଥାତ ପ୍ରତିଶାତ କାହାଠାରୁ, କେବେ ଓ କାହିଁକି? ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଅମିତାଭ ବଚ୍ଚନ ଓ ତାପସୀ ପାନୁଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଦେଖିବା ପରେ ହିଁ ଜଣାପଡ଼ିବ।

ଏହି ଚଳଚ୍ଚିତ୍ରଟିକୁ ଶାହାରୁଖ ଖାନଙ୍କ କମ୍ପାନି ରେଡ୍‌ ଚିଲିଜ୍‌ ଏଣ୍ଟର୍‌ଟନ୍‌ମେଣ୍ଟ୍‌ ପ୍ରଯୋଜନା କରିଛି। କିଙ୍ଗ୍‌ ଖାନ୍‌ ଏହି ଚଳଚ୍ଚିତ୍ରଟିକୁ କରିବା ପାଇଁ ନିଜର ଖୁବ୍‌ ଆଗ୍ରହ ମଧ୍ୟ ବ୍ୟକ୍ତ କରିଥିବା ଜାଣିବାକୁ ମିଳିଛି। ପୂର୍ବରୁ ଶାହାରୁଖ ଓ ଅମିତାଭ ବଚ୍ଚନ ଗୁଡ଼ାଏ ଚଳଚ୍ଚିତ୍ରରେ ସାଙ୍ଗ ହୋଇ କାମ କରିଥିଲେ ବି ଗତ ଏକ ଦଶନ୍ଧି ମଧ୍ୟରେ ସେମାନେ ଗୋଟାଏ ବି ଚଳଚ୍ଚିତ୍ରରେ ସାଥୀ ହୋଇ କାମ କରିନାହାନ୍ତି।

publive-image

ଚଳଚ୍ଚିତ୍ରର କାହାଣୀଟି ଅତି ରୋମଞ୍ଚକର। ଏକ ଝିଅ ମୃତ୍ୟୁକୁ ନେଇ କୋର୍ଟ ମାମଲା ଚାଲୁଥିବା ବେଳେ ଓକିଲ ଭୂମିକାରେ ନଜର ଆସିଛନ୍ତି ଅଭିତାଭ ବଚ୍ଚନ। କିପରି ଭାବେ ଜଣେ ନିରୀହ ଝିଅର ମୃତ୍ୟୁର ପ୍ରତିଶୋଧ ପୂରା ହୋଇଛି ତାହା ଚଳଚ୍ଚିତ୍ରଟି ଦେଖିବା ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe