ରିଲିଜ୍ ହେଲା ‘ଦୁର୍ଗାମତି’ର ଟ୍ରେଲର୍

Advertisment
ରିଲିଜ୍ ହେଲା ‘ଦୁର୍ଗାମତି’ର ଟ୍ରେଲର୍

The Indian Express

ତାମିଲ୍ ଓ ତେଲୁଗୁ ଭାଷାରେ ରିଲିଜ୍ ହୋଇସାରିଥିବା ଚଳଚ୍ଚିତ୍ର ‘ଭାଗମତି’ର ରିମେକ୍ ‘ଦୁର୍ଗାମତି’ର ଟ୍ରେଲର୍ ରିଲିଜ୍ ହୋଇଛି। ୩ ମିନିଟ୍ ୨୦ ସେକେଣ୍ଡ୍‌ର ରୋମାଞ୍ଚକପୂର୍ଣ୍ଣ ଏହି ଭିଡିଓ ଆମାଜନରେ ରିଲିଜ୍ ହୋଇଥିବା ବେଳେ ଆଗାମୀ ଡିସେମ୍ବର ୧୧ରେ ଏହା ଆମାଜନର ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।

ମନରେ ଭୟ ସୃଷ୍ଟି କରୁଥିବା ଏହି ଟ୍ରେଲର୍‌ର ଫିଲ୍ମ କାହାଣୀକୁ ନେଇ ସକରାତ୍ମକ ସୂଚନା ମିଳିଛି। କିଛି ସ୍ବାର୍ଥ‌ନ୍ବେଷୀ ରାଜନେତାଙ୍କ ଚକ୍ରବ୍ୟୁହରେ ଜଣେ ଭଲ ରାଜନେତା କିପରି ଫସୁଛନ୍ତି, ତା’ ଉପରେ କାହାଣୀଟି ପର୍ଯ୍ୟବସିତ ହୋଇଛି। ଏହି ଦମ୍‌ଦାର ଟ୍ରେଲରକୁ ଅକ୍ଷୟ କୁମାର ପ୍ରଂଶସା କରିବା ସହିତ ଭିଡିଓକୁ ଟ୍ବିଟ୍ କରିଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଭୂମି ପେଡନେକରଙ୍କ ଅଭିନୟ ମଧ୍ୟ ଖୁବ୍ ପ୍ରଂଶସିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe