ସମଲିଙ୍ଗୀ ଭୂମିକାରେ ନଜର ଆସିଲେ ଆୟୁଷ୍ମାନ ଖୁରାନା

ସମଲିଙ୍ଗୀ ଭୂମିକାରେ ନଜର ଆସିଲେ ଆୟୁଷ୍ମାନ ଖୁରାନା

Photo-aajtak

ମୁମ୍ବାଇ: ରିଲିଜ୍ ହେଲା ଆଗାମୀ କମେଡି ଡ୍ରାମା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର | ସିନେମାରେ ପୁଣି ଥରେ ଏକ ନିଆରା ଭୂମିକାରେ ନଜର ଆସିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ଯିଏ କି ଏହି ସିନେମାରେ ଜଣେ ସମଲିଙ୍ଗୀ ଭୂମିକା ତୁଲାଉଛନ୍ତି । ଟ୍ରେଲରରେ ଦେଖିବାକୁ ମିଳିଛି ଅନେକ କମେଡି ସିନ୍ ଓ ଡାଏଲଗ । ନିଜ ପ୍ରେମିକଙ୍କ ପରିବାର ଲୋକଙ୍କୁ ସମଲିଙ୍ଗୀ ସମ୍ପର୍କ ବାବଦରେ ବୁଝାଇବା ପାଇଁ ଆୟୁଷ୍ମାନ କିଭଳି ପରିଶ୍ରମ କରୁଛନ୍ତି ତାହା ଏହି ଟ୍ରେଲରରେ ଦେଖିବାକୁ ମିଳିଛି ।


୨୦୧୭ ମସିହାରେ ଆସିଥିବା ଫିଲ୍ମ ଶୁଭ ମଙ୍ଗଳ ସାବଧାନ ଫିଲ୍ମର ଏହା ସିକ୍ୱେଲ ହୋଇଥିବାବେଳେ ସିନେମାରେ ଆୟୁଷ୍ମାନଙ୍କ ବ୍ୟତୀତ ଗଜରାଜ ରାଓ, ନିନା ଗୁପ୍ତା, ମାନବି ଗାଗ୍ରୁ, ପଙ୍ଖୁରି ଅବସ୍ତି ଏବଂ ନୀରଜ ସିଂ ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଭୂଷଣ କୁମାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ହିତେଶ କୈବଲ୍ୟ । ଆସନ୍ତା ୨୧ ଫେବ୍ରୁଆରିରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ |

ଏହି ଫିଲ୍ମର ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ତନିସକ | ଏଠାରେ ସୂଚନା ଥାଉ କି ୨୦୧୭ ମସିହାରେ ଆସିଥିବା ଶୁଭ ମଙ୍ଗଳ ସାବଧାନ ଫିଲ୍ମରେ ଆୟୁଷ୍ମାନ ମୁଖ୍ୟ ଭୂମିକାରେ ଥିବାବେଳେ ଭୂମି ପେଡ଼ନେକର ତାଙ୍କ ନାୟିକା ସାଜିଥିଲେ | ସେହିପରି ୨୦୧୯ ମସିହାରେ ଆୟୁଷ୍ମାନଙ୍କ ତିନିଟି ଫିଲ୍ମ(ଵାଲା, ଡ୍ରିମ ଗାର୍ଲ, ଓ ଆର୍ଟିକିଲ ୧୫) ରିଲିଜ ହୋଇଥିଲା | ତିନିଟି ଯାକ ଫିଲ୍ମ ଭଲ ବ୍ୟବସାୟ କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe