ବିଶ୍ବ ପରିବେଶ ଦିବସ ଅବସରରେ ପାନ୍‌ଭେଲ୍‌ ଫାର୍ମହାଉସ୍‌କୁ ସଫା କଲେ ସଲମାନ, ଲୁଲିଆଙ୍କ ସମେତ ଆହୁରି ଅନେକ ଅଭିନେତ୍ରୀ ଆସିଲେ ନଜର

Advertisment
ବିଶ୍ବ ପରିବେଶ ଦିବସ ଅବସରରେ ପାନ୍‌ଭେଲ୍‌ ଫାର୍ମହାଉସ୍‌କୁ ସଫା କଲେ ସଲମାନ, ଲୁଲିଆଙ୍କ ସମେତ ଆହୁରି ଅନେକ ଅଭିନେତ୍ରୀ ଆସିଲେ ନଜର

ndtv

ମୁମ୍ବାଇ: ବିଶ୍ବ ପରିବେଶ ଦିବସ(୫ ଜୁନ୍‌) ଅବସରରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ସଫେଇ ଭିଡିଓ ପୋଷ୍ଟ୍‌ କରିଛନ୍ତି। ସେ ପାନ୍‌ଭେଲ୍‌ ଫାର୍ମହାଉସ୍‌କୁ ସଫା କରୁଥିବା ଭିଡିଓରେ ଦେଖିବାକୁ ମିଳିଛନ୍ତି। ଭିଡିଓରେ ସଲମାନଙ୍କ ତଥାକଥିତ ପ୍ରେମିକା ଲୁଲିଆ ଭେଞ୍ଚରଙ୍କୁ ବି ଏହି ଭିଡିଓରେ ଦେଖିବାକୁ ମିଳିଛି। କେବଳ ସଲମାନ ଓ ଲୁଲିଆ ନୁହଁନ୍ତି, ଭିଡିଓରେ ଆହୁରି ଅନେକ ଲୋକ ‌ସଫେଇ କରୁଥିବାର ନଜର ଆସିଛନ୍ତି।

ଭିଡିଓରେ ସଲମାନଙ୍କ ଭଉଣୀ ଅର୍ପିତା, ଭିଣୋଇ ଆୟୁଷ ଶର୍ମା, ସେମାନଙ୍କ ଦୁଇ ପିଲା ଆହିଲ ଓ ଆୟତ୍‌, ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ଡେଜି ଶାହା ଆଦିଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

View this post on Instagram

#SwachhBharat #WorldEnvironmentDay Music Credits: Mark Mothersbaugh

A post shared by Salman Khan (@beingsalmankhan) on

ପାନ୍‌ଭେଲ୍‌ ଫାର୍ମହାଉସ୍‌ରେ ରହିଥିବା ଅବସ୍ଥାରେ ସଲମାନ ଗତ ମାସ ତାଙ୍କର ଗୀତ ‘ଭାଇ ଭାଇ...’ ଗୀତ ରିଲିଜ୍‌ କରିଛନ୍ତି। ଗୀତଟି ପୂରାପୂରି ତାଙ୍କ ଫାର୍ମହାଉସ୍‌ରେ ସୁଟିଂ ହୋଇଛି। ଗୀତଟିକୁ କମ୍ପୋଜ୍‌ କରିଥିଲେ ସାଜିଦ୍‌ ୱାଜିଦ୍‌ ଖାନ। ଏହା ପୂର୍ବରୁ ସଲମାନ ଖାନ୍‌ ବ୍ରଦର୍ସଙ୍କ ସହ ମିଶି ‘ପ୍ୟାର୍‌ କରୋନା’ ଗୀତ ରିଲିଜ୍‌ କରିଥିଲେ। ଆପଣ ଜାଣିଥିବ‌େ ନିଶ୍ଚୟ ଯେ ଜୁନ୍‌ ପହିଲାରେ ୱାଜିଦ୍‌ଙ୍କର ପରଲୋକ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe