'ମେରେ ମେହବୁବ' ଗୀତକୁ ନେଇ ଟ୍ରୋଲ ହେଲେ ତୃପ୍ତି ଡିମ୍ରି

ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ଭିଡିଓ'ରେ ଥିବା 'ମେରେ ମେହବୁବ' ଗୀତକୁ ନେଇ ତୃପ୍ତି ଡିମ୍ରି ହେଲେ ଟ୍ରୋଲ। ନାଚି ଆସୁନଥିବା ବିଷୟରେ କିଛି ଲୋକ କହୁଥିବା ବେ‌ଳେ କିଛି ତୃପ୍ତିଙ୍କ ନାଚକୁ ଅଶ୍ଲୀଳ ବୋଲି କହିଛନ୍ତି।

rtwe

ମୁମ୍ବାଇ: ଆଜିକାଲି ବଲିଉଡରେ ନିର୍ମାତାମାନଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ତୃପ୍ତି ଡିମ୍ରି। ଫିଲ୍ମ 'ଆନିମଲ'ରେ ଖୁବ କମ ସମୟ ପାଇଁ ନଜର ଆସି ଲୋକପ୍ରିୟ ହେବା ପରେ ତୃପ୍ତିଙ୍କୁ ଫିଲ୍ମ ପରେ ଫିଲ୍ମ ମିଳିବାରେ ଲାଗିଛି। ଗତ କିଛି ମାସ ମଧ୍ୟରେ ସେ ଅନେକ ଫିଲ୍ମରେ ନଜର ଆସିବା ସହ ଅନେକ ଫିଲ୍ମର ଘୋଷଣା ମଧ୍ୟ ହୋଇସାରିଲାଣି। ଏବେ ତାଙ୍କ ଆଗାମୀ ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ଭିଡିଓ' ରିଲିଜ୍ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ୍ ସହ କିଛି ଗୀତ ବି ରିଲିଜ୍ ହୋଇଛି। ଏବେ ଏହି ଫିଲ୍ମର ଗୀତ 'ମେରେ ମେହବୁବ'କୁ ନେଇ ତୃପ୍ତିଙ୍କୁ ଟ୍ରୋଲ କରୁଛନ୍ତି ଲୋକେ। 

Tripti Dimri Trolled: मेरे महबूब गाने में स्टेप की वजह से तृप्ति डिमरी हुईं बुरी तरह ट्रोल, बोले- 'फिल्म इंडस्ट्री के लिए शर्मिंदगी...

ଗୀତରେ ଗୋଟାଏ ଭାଗରେ ସେ ତଳେ ‌ଶୋଇ ନୃତ୍ୟୁ କରୁଥିବା ଦେଖାଯାଇଛି। ଏହାକୁ ଅଶ୍ଲୀଳ କହି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। କିଛି ଲୋକ ତାଙ୍କୁ ନାଚି ଆସୁନଥିବା ମଧ୍ୟ କହି ଟ୍ରୋଲ କରିଛନ୍ତି। ଅନ୍ୟ କିଛି ଲୋକ ଲେଖିଛନ୍ତି, ତୃପ୍ତିଙ୍କ ଖରାପ ନୃତ୍ୟ ପାଇଁ ଏତେ ଭଲ ଗୀତଟି ଖରାପ ହୋଇଗଲା।

ତେବେ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ତୃପ୍ତି ଏବଂ ରାଜକୁମାର ରାଓ ଏକାଠି କାମ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ | ଏବେ ରାଜକୁମାର ତାଙ୍କ ଚଳଚ୍ଚିତ୍ର ସ୍ତ୍ରୀ-୨ର ସଫଳତାକୁ ଉପଭୋଗ କରୁଛନ୍ତି | ଆଗକୁ ତାଙ୍କର ବର୍ତ୍ତମାନ ଅନେକ ଚଳଚ୍ଚିତ୍ର ଆସିବାର ଅଛି।

ଏ ଖବର ପଢ଼ନ୍ତୁ- https://sambad.in/crime/delhi-teen-refuses-treat-to-friends-for-buying-new-phone-stabbed-to-death-7090204

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/bengaluru-womans-husband-suspects-lovers-role-after-her-body-parts-found-in-fridge-7089775

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe