ବଢ଼ିଲା ଅଭିନେତ୍ରୀଙ୍କ କ୍ରେଜ୍, ଐଶ୍ବର୍ଯ୍ୟା-ଦୀପିକାଙ୍କୁ ପଛରେ ପକାଇଲେ ତୃପ୍ତି

ଚଳିତ ବର୍ଷର ସବୁଠାରୁ ଲୋକପ୍ରିୟ ତାରକା ହେଲେ ତୃପ୍ତି ଡିମ୍ରି। ଅଭିନେତ୍ରୀ ବଲିଉଡର ସୁପରଷ୍ଟାର ଶାହରୁଖ ଖାନ, ଐଶ୍ବର୍ଯ୍ୟା ରାୟ ବଚ୍ଚନ, ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଛନ୍ତି।

trupti

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ଲୋକପ୍ରିୟ ତାରକା ହେଲେ ବଲିଉଡ ଅଭିନେତ୍ରୀ ତୃପ୍ତି ଡିମ୍ରି। ବଲିଉଡର ସୁପରଷ୍ଟାର ଶାହରୁଖ ଖାନ, ଐଶ୍ବର୍ଯ୍ୟା ରାୟ ବଚ୍ଚନ, ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଛନ୍ତି ତୃପ୍ତି। ଅଭିନେତ୍ରୀ ତୃପ୍ତି ଏମାନଙ୍କ ତୁଳନାରେ କମ ଫିଲ୍ମ କରିଥିଲେ ବି ଏବେ ସେମାନଙ୍କଠାରୁ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି। ଆଏମଡିବି ଅନୁଯାୟୀ ଏହି ତଥ୍ୟ ସାମ୍ନାକୁ ଆସିଛି।

ଫିଲ୍ମ 'ଆନିମଲ' ପ‌ରେ 'ନ୍ୟାସନାଲ କ୍ରସ୍' ପାଲଟିଥିବା ତୃପ୍ତି ୨୦୨୪ରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ। ତାଙ୍କ ଫିଲ୍ମ 'ଲୈଲା ମଜନୁ' ପ୍ରେକ୍ଷାଳୟରେ ପୁଣି ଥରେ ରିଲିଜ୍ ହୋଇଥିଲା, ଯାହା ବକ୍ସ ଅଫିସରେ ଭଲ ଆୟ କରିଥିଲା। ଯଦି ଆମେ ଦ୍ବିତୀୟ ସ୍ଥାନ ଦେଖିବା ତେବେ ଅଭିନେତ୍ରୀ ଦୀପିକ‌ା ପାଦୁକୋନ ଲୋକପ୍ରିୟତା ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏହା ସହ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥା‌ନରେ ଅଛନ୍ତି ଈଶାନ ଖଟ୍ଟର, ଶାହରୁଖ ଖାନ୍ ଓ ଶୋଭିତା ଧୁଲିପାଲା। ଏହା ସହ ଷଷ୍ଠରେ ଶରବରୀ, ସପ୍ତମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ଅଷ୍ଟମରେ ସାମନ୍ଥା ରୁଥ ପ୍ରଭୁ, ନବମରେ ଆଲିଆ ଭଟ୍ଟ ଓ ଦଶମରେ ପ୍ରଭାସ ଥିବା ଦେଖାଯାଇଛି।

ନିଜକୁ ନଂ୧ରେ ଦେଖି ତୃପ୍ତି ବହୁତ ଖୁସିଥିବା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe