ଏହି କାରଣ ପାଇଁ 'ଆଶିକୀ-୩'ରୁ ବାହାର ହେଲେ ତୃପ୍ତି ଡିମ୍ରି

ଯେତେବେଳେ 'ଆଶିକୀ-୩' ଆସିବା ନେଇ ଘୋଷଣା ହେଲା, ସେଥିରେ ତୃପ୍ତି ଡିମ୍ରି ଥିବା ଜାଣି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଥିଲେ। କିନ୍ତୁ ଏବେ ଖବର ଆସିଛି ଯେ ଫିଲ୍ମରୁ ତୃପ୍ତି ଡିମ୍ରିଙ୍କୁ ବାହାର କରିଦିଆଯାଇଛି।

ttripti

ମୁମ୍ବାଇ: ବଲିଉଡ ଅଭିନେତ‌ା କାର୍ତ୍ତିକ ଆରୟନ ତାଙ୍କ ଚଳଚ୍ଚିତ୍ରକୁ ନେଇ ଅନେକ ସମୟରେ ଚର୍ଚ୍ଚ‌ାରେ ରହିଥାନ୍ତି। ଶେଷ ଥର ପାଇଁ 'ଭୁଲ ଭୁଲୈୟା-୩'ରେ ନଜର ଆସିଥିବା କାର୍ତ୍ତିକ ଆଗକୁ ଫିଲ୍ମ 'ଆଶିକୀ-୩'ରେ ନଜର ଆସିବେ। ଅନୁରାଗ ବାସୁ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ। ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଥିବା ବେଳେ ‌ଏବେ ଫିଲ୍ମର ସୁଟିଂ ତାରିଖ ଘୁଞ୍ଚିଥିବା ଜଣାପଡ଼ିଛି। ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ନିର୍ମାତା ସ୍ଥିର କରିଥିଲେ। ହେ‌ଲେ ଏବେ ତାଙ୍କୁ ଫିଲ୍ମରୁ ବାହାର କରାଯାଇଛି। ଚରିତ୍ର ପାଇଁ ସେ ଫିଟ୍ ନୁହନ୍ତି ବୋଲି କହି ତାଙ୍କୁ ବାହାର କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ସୁଟିଂ ବିଳମ୍ବରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

କୁହାଯାଉଛି ଯେ, ତୃପ୍ତିଙ୍କ ଲୋକପ୍ରିୟତାକୁ ଦେଖି ନିର୍ମାତା ତାଙ୍କୁ ଫିଲ୍ମରେ କାଷ୍ଟ କରିଥିଲେ। କିନ୍ତୁ ଲଗାତାର ତାଙ୍କ ଫିଲ୍ମ ଫ୍ଲପ ହେବା ସହ ତାଙ୍କର କ୍ରେଜ୍ କମିବାରୁ ଏବେ ନିର୍ମାତାଙ୍କ ମନ ବଦଳିଛି। ସେ ଫିଲ୍ମ ପାଇଁ ଏକ ନୂଆ ମୁହଁ ଖୋଜୁଛନ୍ତି। ଫିଲ୍ମର କାହାଣୀ ବଦଳାଯିବା ସହ ଏକ ନୂଆ ମୁହଁକୁ ନିର୍ମାତା ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି। ତେବେ ଏଥିରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe