Advertisment

ସମସ୍ତଙ୍କୁ ସବୁ ଆସେନି; ନୃତ୍ୟକୁ ନେଇ ଟ୍ରୋଲ ହେବାରୁ ଏଭଳି କହିଲେ ତୃପ୍ତି

Advertisment

ସମସ୍ତଙ୍କୁ ସବୁ ଆସେନି। ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ଭିଡିଓ'ରେ ଥିବା 'ମେରେ ମେହବୁବ' ଗୀତକୁ ନେଇ ଟ୍ରୋଲ ହେବାରୁ ଏଭଳି କହିଲେ ବଲିଉଡ ଅଭିନେତ୍ରୀ ତୃପ୍ତି ଡିମ୍ରି ।

ସମସ୍ତଙ୍କୁ ସବୁ ଆସେନି। ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ଭିଡିଓ'ରେ ଥିବା 'ମେରେ ମେହବୁବ' ଗୀତକୁ ନେଇ ଟ୍ରୋଲ ହେବାରୁ ଏଭଳି କହିଲେ ବଲିଉଡ ଅଭିନେତ୍ରୀ ତୃପ୍ତି ଡିମ୍ରି ।

tyuiaw

ମୁମ୍ବାଇ: ଆଜିକାଲି ବଲିଉଡରେ ନିର୍ମାତାମାନଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ତୃପ୍ତି ଡିମ୍ରି। ଫିଲ୍ମ 'ଆନିମଲ'ରେ ଖୁବ କମ ସମୟ ପାଇଁ ନଜର ଆସି ଲୋକପ୍ରିୟ ହେବା ପରେ ତୃପ୍ତିଙ୍କୁ ଫିଲ୍ମ ପରେ ଫିଲ୍ମ ମିଳିବାରେ ଲାଗିଛି। ଗତ କିଛି ମାସ ମଧ୍ୟରେ ସେ ଅନେକ ଫିଲ୍ମରେ ନଜର ଆସିବା ସହ ଅନେକ ଫିଲ୍ମର ଘୋଷଣା ମଧ୍ୟ ହୋଇସାରିଲାଣି। ଏବେ ତାଙ୍କ ଆଗାମୀ ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ଭିଡିଓ' ରିଲିଜ୍ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ୍ ସହ କିଛି ଗୀତ ବି ରିଲିଜ୍ ହୋଇଛି। ଏବେ ଏହି ଫିଲ୍ମର ଗୀତ 'ମେରେ ମେହବୁବ'କୁ ନେଇ ତୃପ୍ତିଙ୍କୁ ଟ୍ରୋଲ କରୁଛନ୍ତି ଲୋକେ। 

ଗୀତରେ ଗୋଟାଏ ଭାଗରେ ସେ ତଳେ ‌ଶୋଇ ନୃତ୍ୟୁ କରୁଥିବା ଦେଖାଯାଇଛି। ଏହାକୁ ଅଶ୍ଲୀଳ କହି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। କିଛି ଲୋକ ତାଙ୍କୁ ନାଚି ଆସୁନଥିବା ମଧ୍ୟ କହି ଟ୍ରୋଲ କରିଛନ୍ତି। ଏମଧ୍ୟରେ ଅଭିନେତ୍ରୀ ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ମୋତେ ସବୁକିଛି ଚେଷ୍ଟା କରିବାକୁ ପଡ଼ିବ। ଜଣେ ପ୍ରତ୍ୟେକ ଜିନିଷରେ ଭଲ ହୋଇପାରିବ ନାହିଁ | ଚେଷ୍ଟା କରିବାରେ ଅସୁବିଧା କୋଉଠି? ପ୍ରଥମ କରି ମୁଁ ଏଭଳି ଗୀତରେ ନୃତ୍ୟ କଲି । ପୂର୍ବରୁ ମୋତେ କିଛି ବି ଜଣାନଥିଲା। ଗୀତରେ ମୁଁ ଭଲ ନୃତ୍ୟ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଲୋକେ ଏଭଳି ଟ୍ରୋଲ କରିବେ ବୋଲି ଜଣାନଥିଲା। ଛାଡ଼ । ସମସ୍ତଙ୍କ ସହ ଏଭଳି ଘଟେ । କିଛି ଜିନିଷକୁ ଲୋକେ ପସନ୍ଦ କରନ୍ତି ଏବଂ କିଛି ଜିନିଷକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ତା’ର ମାନେ ନୁହଁ ଯେ, ତୁମେ ପରୀକ୍ଷା କରିବା ଛାଡ଼ିଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe