‘ଦ ବିଗ୍ ବୁଲ୍’ ପାଇଁ ଅଭିଷେକଙ୍କୁ ଟ୍ରୋଲ

‘ଦ ବିଗ୍ ବୁଲ୍’ ପାଇଁ ଅଭିଷେକଙ୍କୁ ଟ୍ରୋଲ

glamsham.com

ଜୁନିଅର୍ ବଚ୍ଚନ ଅଭିଷେକଙ୍କ ଅଭିନୀତ ‘ଦ ବିଗ୍ ବୁଲ୍’ ଚଳଚ୍ଚିତ୍ର ନିକଟରେ ହଟଷ୍ଟାର୍ ପ୍ଲସ୍ ଡିଜ୍‌ନିରେ ମୁକ୍ତିଲାଭ ହୋଇଯାଇଛି। କୁକି ଗୁଲାଟ୍ଟିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ହର୍ଷଦ ମେହେତାଙ୍କ ଦ୍ବାରା ହୋଇଥିବା ୧୯୯୨ ସ୍କାମ୍‌କୁ ନେଇ ତିଆରି ହୋଇଛି। ମୁକ୍ତିଲାଭ କରିବା ପରଠୁ ଏହି ଚଳଚ୍ଚିତ୍ରକୁ ପ୍ରତୀକ ଗାନ୍ଧୀଙ୍କ ଅଭିନୀତ ‘ସ୍କାମ୍ ୧୯୯୨’ ୱେବ୍ ସିରିଜ୍ ସହ ତୁଳନା କରାଯାଉଥିବାରୁ ଜନସାଧାରଣ ଏହାକୁ ନେଇ ତୀବ୍ର ସମାଲୋଚନା କରୁଛନ୍ତି। ସିନେ କ୍ରିଟିକ୍ସମାନେ ମଧ୍ୟ ଚଳଚ୍ଚିତ୍ରକୁ ନେଇ ନକାରାତ୍ମକ ବାର୍ତ୍ତା ଦେଇଛନ୍ତି।

ତେବେ ନିକଟରେ ସାମାଜିକ ଗଣମାଧ୍ୟମରେ ଜଣେ ଦର୍ଶକ ଏହି ଚଳଚ୍ଚିତ୍ରକୁ ନେଇ କହିଛନ୍ତି, ସବୁଥର ଭଳି ଅଭିଷେକ ଏଥର ମଧ୍ୟ ଆମକୁ ନିରାଶ କରିନାହାନ୍ତି। ସେ ଏହି ଚଳଚ୍ଚିତ୍ରରେ ଥାର୍ଡ୍ କ୍ଲାସ୍ ଆକ୍ଟିଂ କରିଛନ୍ତି। ଖରାପ ଚଳଚ୍ଚିତ୍ର ସହ ନିମ୍ନମାନର ସ୍କ୍ରିପ୍ଟ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାସହ ପ୍ରତୀକ ଗାନ୍ଧୀଙ୍କ ଅଭିନୀତ ‘ସ୍କାମ୍ ୧୯୯୨’ ଏହା ଉପେକ୍ଷା ବହୁଗୁଣରେ ଭଲ ବୋଲି କହିଛନ୍ତି। ପ୍ରତି ଉତ୍ତରରେ ଅଭିଷେକ ତାଙ୍କୁ କହିଛନ୍ତି, ଯେ ପର୍ଯ୍ୟନ୍ତ ମୁଁ ତୁମକୁ ନିରାଶ କରିନାହିଁ, ସେ ପର୍ଯ୍ୟନ୍ତ ମୁଁ ଖୁସି ଅଛି। ଏହାସହ ତାଙ୍କ ଚଳଚ୍ଚିତ୍ର ଦେଖିଥିବାରୁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ତେବେ ଅଭିଷେକଙ୍କର ଏଭଳି ସକାରାତ୍ମକ ଉତ୍ତର ନେଇ ତାଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରିବା ସହିତ ଏଭଳି କମେଣ୍ଟଗୁଡ଼ିକ ପ୍ରତି ଅଣଦେଖା କରିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe