ପଚିଶ ଉପରେ ଭରସା

ଚବିଶରେ ବଡ଼ ପରଦାରେ ଦେଖା ମିଳିନଥିଲା। ଯଦିଓ ସେ ଆଶା ରଖିଥିଲେ ତାଙ୍କ ଅଭିନୀତ ଦୁଇ-ତିନିଟି ସିନେମା ମୁକ୍ତିଲାଭ କରିବ। କିନ୍ତୁ ସେଭଳି ଘଟିଲା ନାହିଁ। ତେବେ ୨୦୨୫କୁ ନେଇ ଓଲିଉଡ୍‌ର ଜଣାଶୁଣା ନାୟିକା ପ୍ରିୟଙ୍କା ସାହୁ ବେଶ୍ ଆଶାବାଦୀ।

dgdgdg

ଚବିଶରେ ବଡ଼ ପରଦାରେ ଦେଖା ମିଳିନଥିଲା। ଯଦିଓ ସେ ଆଶା ରଖିଥିଲେ ତାଙ୍କ ଅଭିନୀତ ଦୁଇ-ତିନିଟି ସିନେମା ମୁକ୍ତିଲାଭ କରିବ। କିନ୍ତୁ ସେଭଳି ଘଟିଲା ନାହିଁ। ତେବେ ୨୦୨୫କୁ ନେଇ ଓଲିଉଡ୍‌ର ଜଣାଶୁଣା ନାୟିକା ପ୍ରିୟଙ୍କା ସାହୁ ବେଶ୍ ଆଶାବାଦୀ। କେ. ଅନିସ୍‌ଙ୍କ ନିର୍ଦ୍ଦେଶିତ ‘ସୁପର୍‌ବୟ’ ଫିଲ୍ମରୁ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିବା ପ୍ରିୟଙ୍କା ସାହୁ ଏବର୍ଷ ତାଙ୍କ ଅଭିନୀତ ସିନେମା ନିଶ୍ଚିତ ମୁକ୍ତିଲାଭ କରିବ ବୋଲି କହିଛନ୍ତି।

ଏଥିମଧ୍ୟରେ ରହିଛି ପ୍ରଭାକରଙ୍କ ନିର୍ଦ୍ଦେଶିତ ‘ତୁ ମୋ ଡ୍ରିମ୍ ଗାର୍ଲ’, ଏସ୍‌ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ମୁଁ ତୁମକୁ ଭଲପାଏ’, ବିନି ସାମଲଙ୍କ ନିର୍ଦ୍ଦେଶିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ବବି ଇସଲାମ୍‌ଙ୍କ ନିର୍ଦ୍ଦେଶିତ ‘ମାୟା ମରିଚିକା’, ରୋହନଜିତ ଦାଶଙ୍କ ନିର୍ଦ୍ଦେଶିତ ‘ଇସ୍କ ଟ୍ରାଫିକ୍’ ଓ ଆନନ୍ଦଙ୍କ ନିର୍ଦ୍ଦେଶିତ ‘କେମିତି ଏ ପ୍ରେମ’। ‘‘ଏସବୁ ଛବିରେ ମୋ’ ଅଭିନୀତ ପ୍ରତିଟି ଭୂମିକାରେ ଭିନ୍ନତା ରହିଥିବା ହେତୁ ମୁଁ ଖୁବ୍ ଉତ୍କଣ୍ଠାର ସହ ରିଲିଜ୍‌କୁ ଅପେକ୍ଷା କରିଛି। ସବୁଥିରେ ଭିନ୍ନ ଭିନ୍ନ ନାୟକ, ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାରଙ୍କ ସହ କାମ କରିଥିବା ସତ୍ତ୍ବେ ମୋର ଅଭିଜ୍ଞତା ସୁଖଦ।’’ କହିଛନ୍ତି ପ୍ରିୟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe