youthkiawaaz
ମୁମ୍ବାଇ: ୨୦୨୦ରେ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଜଣେ ଲୋକପ୍ରିୟ ତାରକା ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇଥିଲା। କୁହାଗଲା ଯେ ସୁଶାନ୍ତ ବିଷାଦଗ୍ରସ୍ତ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଲୋକ ତାଙ୍କ ନାମକୁ ନେଇ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଭିନେତାଙ୍କ ମୃତ୍ୟୁର ୨ବର୍ଷ ପରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି।
ଅନ୍ୟ କୌଣସି କମ୍ପାନି ନୁହେଁଁ ଫ୍ଲିପକାର୍ଟ ଭଳି ଅନଲାଇନ ସପିଂ ସାଇଟରେ ସୁଶାନ୍ତ ଫଟୋକୁ ବ୍ୟବହାର କରି ଯେଉଁ ଶବ୍ଦ ଲେଖାଯାଇଛି, ତାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଟ୍ବିଟରରେ ଏବେ ଫ୍ଲିପକାର୍ଟରେ ଲୋକଙ୍କ କିଣିବା ପାଇଁ ଉପଲବ୍ଧ ଥିବା ଟି-ସାର୍ଟର ଫଟୋକୁ ସେୟାର କରାଯାଇ ଫ୍ଲିପକାର୍ଟକୁ ଟ୍ରୋଲ କରାଯାଉଛି। ଟି-ସାର୍ଟରେ ସୁଶାନ୍ତ ସିଂ ରାଜପୁତଙ୍କ ଫଟୋ ଛପାଯିବା ସହ ସେଥିରେ ଲେଖାଯାଇଛି ଡିପ୍ରେସନ ଇଜ୍ ଲାଇକ୍ ଡ୍ରାଉଇଙ୍ଗ(ବିଷାଦଗ୍ରସ୍ତ ବୁଡ଼ିଯିବା ପରି ଅଟେ)। ୮୩% ରିହାତି ପରେ ୧୭୯ଟଙ୍କାରେ ଫ୍ଲିପକାର୍ଟରେ ଏହି ଟି-ସାର୍ଟ ବିକ୍ରି ହେଉଛି। ଏହାର ମୂଲ୍ୟ ୧୦୯୯ ବୋଲି ଦର୍ଶାଯାଇଛି। ଏଭଳି ଲେଖାଥିବା ସାର୍ଟ ବିକ୍ରି କରିବା ଅଭିନେତାଙ୍କ ପ୍ରତି ଅସମ୍ମାନ ବୋଲି ଲେଖି ଏବେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
/sambad/media/post_attachments/2649d72799b23e346d37ad4f27b393ac982d33dda48d3f50088cc1f6294ddffc.jpg)
Follow Us