କମାଲ କରୁଛି ‘ତୁ ଝୁଠୀ ମେଁ ମକ୍କାର’ ଫିଲ୍ମ, ପ୍ରଥମ ଦିନଠାରୁ ଚତୁର୍ଥ ଦିନରେ ଆୟ କଲା ଅଧିକ କୋଟି

Advertisment
କମାଲ କରୁଛି ‘ତୁ ଝୁଠୀ ମେଁ ମକ୍କାର’ ଫିଲ୍ମ, ପ୍ରଥମ ଦିନଠାରୁ ଚତୁର୍ଥ ଦିନରେ ଆୟ କଲା ଅଧିକ କୋଟି

timesnownews

ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠୀ ମେଁ ମକ୍କାର’କୁ ଅପେକ୍ଷା କରିଥିଲେ। ହୋଲି ଅବସରରେ ଏହି ଫିଲ୍ମ ମାର୍ଚ୍ଚ ୮ରେ ମୁକ୍ତିଲାଭ କରିଛି । ‘ତୁ ଝୁଠୀ ମେଁ ମକ୍କାର’ରେ ପ୍ରଥମ ଥର ପାଇଁ ଦର୍ଶକ ରଣବୀର ଏବଂ ଶ୍ରଦ୍ଧାଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ ପାଇଛନ୍ତି। ଲଭ ରଂଜନଙ୍କ ଫିଲ୍ମରେ ଏହି ଦୁହିଁଙ୍କ ଯୋଡି ଦର୍ଶକଙ୍କ ମନ କିଣିବ ବୋଲି ଆଶା କରାଯାଉଥିବା ବେଳେ ଏବେ ତାହା ସତ ହୋଇଛି। ରିଲିଜ ପରେ ବକ୍ସ ଅଫିସରେ ଫିଲ୍ମଟି କମାଲ କରୁଥିବା ଦେଖାଯାଉଛି।

ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠୀ ମେଁ ମକ୍କାର’ର ଟ୍ରେଲର ଏବଂ ଗୀତ ପ୍ରଶଂସକଙ୍କ ହୃଦୟ ଜିତି ସାରିବା ପରେ ହୋଲିରେ ଫିଲ୍ମ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ ନିର୍ମାତା। ଚଳଚ୍ଚିତ୍ର ରିଲିଜକୁ ନେଇ ନିର୍ମାତାଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଛି। ରଣବୀର ଏବଂ ଶ୍ରଦ୍ଧାଙ୍କ ଫିଲ୍ମ ‘ତୁ ଝୁଠୀ ମେଁ ମକ୍କାର’ ପ୍ରଥମ ଦିନରେ ୧୫.୭୩କୋଟି ଟଙ୍କା ସଂଗ୍ରହ କରିଥିବା ବେ‌ଳେ ଚତୁର୍ଥ ଦିନରେ ୧୬.୫୭କୋଟି ଆୟ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ରିଲିଜ୍ ଦିନ ଫିଲ୍ମଟି ୧୫.୭୩ ସଂଗ୍ରହ କରିଥିବା ବେ‌ଳେ ଦ୍ବିତୀୟ ଦିନ ୧୦.୩୪କୋଟି, ତୃତୀୟ ଦିନ ୧୦.୫୨କୋଟି ଓ ଚତୁର୍ଥ ଦିନ ୧୬.୫୭କୋଟି ଟଙ୍କା ଆୟ କରିଛି। ଶୁକ୍ରବାର ତୁଳନାରେ, ‘ତୁ ଝୁଠୀ ମେଁ ମକ୍କାର’ର ରୋଜଗାର ଶନିବାର ଦିନ ପ୍ରାୟ ୫୭% ବୃଦ୍ଧି ପାଇଛି।

ଫିଲ୍ମର ବଜେଟ ୭୦-୮୦କୋଟି ଥିବା କୁହାଯାଉଥିବା ବେଳେ ଏପର୍ଯ୍ୟନ୍ତ ଫିଲ୍ମଟି ୫୩.୧୬କୋଟି ଟଙ୍କା ଆୟ କରିସାରିଛି। ଆଗକୁ ଫିଲ୍ମ ଭଲ ଆୟ କରିବ ବୋଲି ଆଶା କରାଯାଉଥିବା ବେଳେ ସୁପରହିଟ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe