ଦୀପାବଳିରେ ଆସିବ ‘ତୁ ମୋ ହିରୋ’

Advertisment

ତୁ ମୋ ହିରୋ’ର ଅଡିଓ ଉନ୍ମୋଚନ

ତୁ ମୋ ହିରୋ’ର ଅଡିଓ ଉନ୍ମୋଚନ

ଦୀପାବଳିରେ ଆସିବ ‘ତୁ ମୋ ହିରୋ’

ଭୁବନେଶ୍ୱର : ବସ୍ତିରେ ସଂଘର୍ଷମୟ ଜୀବନ। ଏବଂ ପରେ ଘଟଣାକ୍ରମରେ ପ୍ରେମ। ପୁଣି ପ୍ରେମକୁ ହାସଲ କରିବା ପାଇଁ ସଂଘର୍ଷ। ସମସାମୟିକ ଘଟଣାବସ୍ତୁ ଆଧାରରେ ଉଦୟ ମୁଭିଜ୍‌ର ପ୍ରଥମ ଅବଦାନ ‘ତୁ ମୋ ହିରୋ’ର ଅଡିଓ ଆଜି ଉନ୍ମୋଚିତ ହୋଇଯାଇଛି। ପୂଜା ବଜାରରେ ଶ୍ରୋତା ମହଲରେ ରୋମାଞ୍ଚ ସୃଷ୍ଟି କରିଥିବା ଟାଇଟଲ୍‌ ଗୀତ ‘ତୁ ମୋ ହିରୋ.., କରିନା ହଉ କାଟ୍ରିନା.., ଗୋଲ୍‌ଡେନିଆ ଚୁମା.., ଲଭ୍‌ ଲେଟର.., ଦିଲ୍‌ ଜାନା ଆଶିକାନା.., ଧୋରେ ବାୟା ଧୋ.., ଇଏ କି ପ୍ରେମ..ଭଳି ୭ଟି ଗୀତକୁ ନେଇ ଜ୍ୟୋତି ଓ ଝିଲିକ୍‌ଙ୍କ ଅଭିନୟ ବେଶ୍‌ ରୋଚକ ହୋଇଛି।

ଚାମର୍ତି ଶ୍ରୀନିବାସ ରାଓଙ୍କ ଚଳଚ୍ଚିତ୍ରର ପ୍ରଯୋଜନା କରିଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନା ଭାର ବହନ କରିଛନ୍ତି ଦିଲ୍ଲୀପ ପଣ୍ଡା। ସଂଳାପ ରଚନା ଡ.ରଜନୀ ରଂଜନ କରିଥିବା ବେଳେ ସଂଗୀତ ନିର୍ଦେଶକ ବୈଦ୍ୟନାଥ ଦାଶଙ୍କ ନିର୍ଦେଶନାରେ ହ୍ୟୁମାନ ସାଗର, ଅସୀମା ପଣ୍ଡା, ସତ୍ୟ, ତାରିକ୍‌ ଅଜିଜ୍‌, ଶୋଭା, ପ୍ରଜ୍ଞା, ଅନନ୍ୟା ଗୀତଗୁଡ଼ିକୁ ଗାଇଛନ୍ତି। ଡ.ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ ପ୍ରମୁଖ ଗୀତଗୁଡ଼ିକୁ ରଚନା କରିଛନ୍ତି। ଆଜି ଚଳଚ୍ଚିତ୍ର ସାମ୍ବାଦିକ ପରୀକ୍ଷିତ ଜେନା, ସିନେ ସମୀକ୍ଷକ ଦିଲ୍ଲୀପ ହାଲି, ଟୁଟୁ ନାୟକ, ଜୟା ସ୍ୱାମୀ, ଚକ୍ରଧରଙ୍କ ସମେତ ସମସ୍ତ କଳାକାରଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା। ଆସନ୍ତା ଦୀପାବଳିରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ନିର୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe