ଏହି ଦୁଇ ହିନ୍ଦୀ ସିନେମାରେ ଥିଲା ଦୁଇ ଥର ମଧ୍ୟାନ୍ତର

Advertisment
ଏହି ଦୁଇ ହିନ୍ଦୀ ସିନେମାରେ ଥିଲା ଦୁଇ ଥର ମଧ୍ୟାନ୍ତର

indiatoday.in

ମୁମ୍ବାଇ: ଏବେକାର ଚଳଚ୍ଚିତ୍ରଗୁଡ଼ିକର ସମୟ ଅବଧି ଢେର୍‌ କମ୍। ଦର୍ଶକ ବୋର୍‌ ନ ହୁଅନ୍ତୁ ବୋଲି ସିନେ ନିର୍ମାତାମାନେ ଦିନକୁ ଦିନ ‌ଛୋଟ ଛୋଟ ଚଳଚ୍ଚିତ୍ର କରିବାରେ ଲାଗିଛନ୍ତି। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତୀୟ ସିନେମା ଇତିହାସରେ ଏମିତି ଦୁଇଟି ଚଳଚ୍ଚିତ୍ର ଅଛି, ଯାହା ମଧ୍ୟରେ ଦୁଇ ଥର ମଧ୍ୟାନ୍ତର ହୋଇଛି। ସେହି ଦୁଇଟି ଚଳଚ୍ଚିତ୍ର ହେଉଛି ‘ସଙ୍ଗମ’ ଏବଂ ‘ମେରେ ନାମ ଜୋକର୍‌’। ଏହି ଦୁଇଟି ଯାକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ  ରାଜ କପୁର୍। ଯଦିଓ ଆମେ ସମେସ୍ତ ଜାଣନ୍ତି କି ଚଳଚ୍ଚିତ୍ରଗୁଡ଼ିକରେ ଥରେ ମାତ୍ର ମଧ୍ୟାନ୍ତର ହୋଇଥାଏ।

‘ସଙ୍ଗମ’ ୧୯୬୪ ମସିହା ଜୁନ୍‌ ୧୮ ତାରିଖରେ ରିଲିଜ୍‌ ହୋଇଥିଲା। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ରାଜ କପୁର, ବୈଜୟନ୍ତୀମାଲା ଓ ରାଜେନ୍ଦ୍ର କୁମାର।

ସେହିପରି ‘ମେରା ନାମ ଜୋକର୍‌’ ୧୯୭୦ ମସିହା ଡିସେମ୍ବର ୧୮ ତାରିଖରେ ରିଲିଜ୍‌ ହୋଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଥିଲେ ରାଜ କପୁର୍‌, ଋଷି କପୁର୍‌, ସିମି ଗରେୱାଲ୍‌, ମନୋଜ କୁମାର, ରାଜେନ୍ଦ୍ର କୁମାର ଏବଂ ଧର୍ମେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe