ତୁଳାମାଉସୀଙ୍କ ବାୟୋପିକ୍‌

ସିଦ୍ଧାନ୍ତ, ସମ୍ବିତ୍‌, ସମରେଶ, ଶୀତଲ୍‌ ଓ ପୁନମ୍‌ ମିଶ୍ରଙ୍କ ଅଭିନୀତ ‘ଜହ୍ନରାତିର ସାଥୀ’ର ପ୍ରଯୋଜକ ଅଜୟ ରାଉତ ଆଉ ଏକ ଓଡ଼ିଆ ଛବି ନିର୍ମାଣ କରିବାକୁ ଯାଉଛନ୍ତି। ଏହାର ଶୀର୍ଷକ ରଖାଯାଇଛି ‘ତୁଳା’। ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ନିଃସ୍ବାର୍ଥ ବୃଦ୍ଧା ତୁଳା....

tulasi mausi

ସିଦ୍ଧାନ୍ତ, ସମ୍ବିତ୍‌, ସମରେଶ, ଶୀତଲ୍‌ ଓ ପୁନମ୍‌ ମିଶ୍ରଙ୍କ ଅଭିନୀତ ‘ଜହ୍ନରାତିର ସାଥୀ’ର ପ୍ରଯୋଜକ ଅଜୟ ରାଉତ ଆଉ ଏକ ଓଡ଼ିଆ ଛବି ନିର୍ମାଣ କରିବାକୁ ଯାଉଛନ୍ତି। ଏହାର ଶୀର୍ଷକ ରଖାଯାଇଛି ‘ତୁଳା’। ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ନିଃସ୍ବାର୍ଥ ବୃଦ୍ଧା ତୁଳା ବେହେରାଙ୍କ ଜୀବନୀ ଉପରେ ଏହା ଆଧାରିତ। ତୁଳାମାଉସୀ ଭାବେ ପରିଚିତା ତୁଳା ବେହେରା ନିଜେ ଭିକ୍ଷାରେ ପାଇଥିବା ୧ ଲକ୍ଷ ଟଙ୍କା ଫୁଲବାଣୀର ଏକ ଜଗନ୍ନାଥ ମନ୍ଦିରକୁ ଦାନକରି ଚର୍ଚ୍ଚାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରେ ଏକ ନିର୍ବାଚନୀ ସଭାରେ ତାଙ୍କ ପାଦଛୁଇଁ ପ୍ରଣାମ କରିଥିବା ଘଟଣାକୁ କେହି ଭୁଲିନାହାନ୍ତି। ଏପରିକି କେନ୍ଦ୍ର ସରକାର ରେଳବାଇ କ୍ୟାଲେଣ୍ଡର୍‌ର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀଙ୍କ ସହ ତୁଳା ବେହେରାଙ୍କ ଫଟୋକୁ ସ୍ଥାନିତ କରିଥିଲେ।

ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି ଅଜୟ ଓ ଜିତେନ୍ଦ୍ର ଜେନା। ସଂଳାପ ରଚନା କରିଛନ୍ତି ଅଜୟ ରାଉତ। ‘ଜହ୍ନରାତିର ସାଥୀ’ର ନିର୍ଦ୍ଦେଶକ ତଥା ‘ସିନ୍ଦୂରା’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜିତେନ୍ଦ୍ର ଜେନା ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ‘ତୁଳା’ର କଳାକାର ଚୟନ ପ୍ରକ୍ରିୟା ଜାରି ରହିଛି। ଖୁବ୍ ଶୀଘ୍ର ଏହା ଫ୍ଲୋର୍‌କୁ ଯିବ ବୋଲି ପ୍ରଯୋଜକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe