ନୂଆଦିଲ୍ଲୀ: ମରାଠୀ ଥିଏଟର, ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିବା ତୁଷାର ଘଡିଗାଁଓକର ଜୀବନ ହାରି ଦେଇଛନ୍ତି।।
ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ କାମ ନ ପାଇବାର ଚାପ ଯୋଗୁଁ ସେ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କର ହଠାତ୍ ମୃତ୍ୟୁ ମରାଠୀ ମନୋରଞ୍ଜନଜଗତ ସହିତ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।
ସୂଚନାଯୋଗ୍ୟ, ସିନ୍ଧୁଦୁର୍ଗ ଜିଲ୍ଲାର କଙ୍କାବଲିର ମୂଳ ବାସିନ୍ଦା ଥିବା ତୁଷାର ରୂପାରେଲ କଲେଜର ନାଟକ ବିଭାଗରେ ସକ୍ରିୟ ଥିଲେ। କଲେଜ ପରେ ସେ ଥିଏଟର, ଧାରାବାହିକ ଏବଂ ଚଳଚ୍ଚିତ୍ର ଭଳି ବିଭିନ୍ନ ମାଧ୍ୟମରେ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ହଠାତ୍ ତାଙ୍କର ଏପରି ନିଷ୍ପତ୍ତିରେ ଅଭନେତାଙ୍କୁ ଜାଣିଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତୁଷାର ଯେ ଜୀବନ ହାରି ଦେଇଛନ୍ତି ଏକଥାକୁ କେହି ବିଶ୍ବାସ କରି ପାରୁନାହାନ୍ତି।
ଅଭିନେତା ଅଙ୍କୁର ଭାଦେ ଫେସବୁକରେ ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି, 'କାହିଁକି ବନ୍ଧୁ? କ'ଣ ପାଇଁ? କାମ ଆସେ ଏବଂ ଯାଏ! ଆମକୁ ଏକ ଉପାୟ ଖୋଜିବା ଉଚିତ, କିନ୍ତୁ ଆତ୍ମହତ୍ୟା ଏକ ଉପାୟ ନୁହେଁ! ତୁଷାର, ଯଦି ତୁମେ ହାରିଲ, ତେବେ ଆମେ ସମସ୍ତେ ହାରିଗଲୁ।'
Follow Us