ପରଲୋକରେ ଲୋକପ୍ରିୟ ଅଭିନେତା ବିଭୁ ରାଘବ

Advertisment
gGGWG

ମୁମ୍ବାଇ: ପରଲୋକରେ ଟେଲି ଅଭିନେତା ବୈଭବ କୁମାର ସିଂହ ରାଘବ। ବୈଭବ ଇଣ୍ଡଷ୍ଟ୍ରିରେ ବିଭୁ ରାଘବ ଭାବେ ପରିଚିତ ଥିଲେ। ଜୁନ୍ ୨ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି। ୨୦୨୨ ମସିହାରୁ ଚତୁର୍ଥ ପର୍ଯ୍ୟାୟ କୋଲନ କର୍କଟ ରୋଗରେ ପୀଡିତ ଥିଲେ ବିଭୁ। ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

'ନିଶା ଆଣ୍ଡ ଉସକେ କଜିନ୍ସ', 'ସୁଭ୍ରିନ୍ ଗୁଗ୍ଗଲ୍' ଏବଂ 'ରିଦମ୍' ଭଳି ଟିଭି ସୋ'ରେ ଅଭିନୟ କରି ଲୋକପ୍ରିୟ ‌ହୋଇଥିଲେ ବିଭୁ। କର୍କଟ ହୋଇଥିବା ଜାଣି ମଧ୍ୟ ସେ ସାହସ ହରାଇ ନଥିଲେ। ୨୦୨୨ପରଠାରୁ ସେ ଅନେକ ସମୟରେ ସୋସିଆଲ ମିଡିଆରେ ଚିକିତ୍ସା ସମ୍ବନ୍ଧୀୟ ଅପଡେଟ୍ ମଧ୍ୟ ସେୟାର କରୁଥିଲେ। ଚିକିତ୍ସା ସମୟରେ ବିଭୁ କହିଥିଲେ ଯେ, କର୍କଟ ଏବେ ଯକୃତ, ଫୁସଫୁସ, ମେରୁଦଣ୍ଡ ଏବଂ ହାଡ଼କୁ ବ୍ୟାପି ସାରିଛି। ଏକ ଭିଡିଓରେ ସେ କହିଥିଲେ, "ପ୍ରଥମ କିଛି ଦିନ ପାଇଁ ମୁଁ ବହୁତ ଭୟଭୀତ ଥିଲି। କିନ୍ତୁ ଏବେ କେମୋଥେରାପି ହିଁ ଏକମାତ୍ର ଚିକିତ୍ସା ଏବଂ ସବୁକିଛି ଭଲ ହେଉଛି।" ସୁସ୍ଥ ହେଉଛି ବୋଲି ଜଣାଇଥିଲେ ବି ହଠାତ୍ ତାଙ୍କର ଦେହାନ୍ତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଭୁଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାରରେ ତାଙ୍କ ମାଆ ଅନୁପମା ରାଘବ, ଭାଇ ଐଶ୍ୱର୍ଯ୍ୟ ରାଘବ ଏବଂ ଭଉଣୀ ଗରିମା ସିଂହ ତ୍ୟାଗୀ ଅଛନ୍ତି। ବିଭୁଙ୍କ ଦେହାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ଟେଲି ଇଣ୍ଡଷ୍ଟ୍ରିର ଅନେକ କଳାକାର ଶୋକପ୍ରକାଶ କରିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe