ଡ଼ାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଲେ ଧାରାବହିକ ଅଭିନେତ୍ରୀ ଛବି ମିତ୍ତଲ, ପ୍ରସବ ପରେ ମୋତେ ଡ୍ରଗ୍‌ ଇଞ୍ଜେକ୍‌ସନ କାହିଁକି ଦିଆଯାଇଥିଲା?

Advertisment
ଡ଼ାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଲେ ଧାରାବହିକ ଅଭିନେତ୍ରୀ ଛବି ମିତ୍ତଲ, ପ୍ରସବ ପରେ ମୋତେ ଡ୍ରଗ୍‌ ଇଞ୍ଜେକ୍‌ସନ କାହିଁକି ଦିଆଯାଇଥିଲା?

DNA India

ମୁମ୍ବାଇ : କିଛି ଦିନ ତଳେ ଧାରାବହିକ ଅଭିନେତ୍ରୀ ଛବି ମିତ୍ତଲ ନିଜର ଦ୍ୱିତୀୟ ପ୍ରସବ ପରେ ଶ୍ରବଣ ଶକ୍ତି ହରାଇ ବସିଥିବା ଦେଇ ଖବର ମିଳିଥିଲା।  ଏବେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି । ଇନ୍‌ଷ୍ଟାରେ ଏକ ଲମ୍ବା ପୋଷ୍ଟ କରି ପ୍ରସବ କରାଇଥିବା ଡ଼ାକ୍ତରଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି ଛବି ।

publive-image IndiaToday

ସେ କରିଥିବା ପୋଷ୍ଟ ଅନୁଯାୟୀ, ପ୍ରସବ ସମୟରେ ମୋ ସ୍ୱାମୀଙ୍କୁ ଭିତରକୁ ଯିବାକୁ ଦିଆ ଯାଇ ନ ଥିଲା । ପ୍ରସବ କରାଇବା ସମୟରେ ଡ଼ାକ୍ତରମାନେ ଖୁବ୍‌ ଜୋରରେ ହସୁଥିଲେ । ସନ୍ତାନ ଜନ୍ମ ହେବା ପରେ ମୁଁ ମୋ ପିଲାକୁ ଛୁଇଁବାକୁ ଚାହୁଁଥିଲେ ମଧ୍ୟ ମୋତେ ମୋ ବିନା ଅନୁମତିରେ ଡ଼ାକ୍ତର ଡ୍ରଗ୍‌ ଇଞ୍ଜେକ୍ସନ ଦେଇଥିଲେ, ଯାହାଦ୍ୱାରା ମୁଁ ଅଚେତ ହୋଇ ଯାଇଥିଲେ । ପରଦିନ ମୋର ଚେତା ଫେରିବା ପରେ ମୁଁ ପାଟି କରି ଉଠିବା ସହ ସ୍ୱାମୀ ଏବଂ ମୋ ପିଲା ବିଷୟରେ ବାରମ୍ବାର ପଚାରିଥିଲି । ଭିତରକୁ ଯିବାକୁ ଅନୁମତି ଥାଇ ମଧ୍ୟ ମୋ ସ୍ୱାମୀଙ୍କୁ କ’ଣ ପାଇଁ ଭିତରକୁ ଯିବା ପାଇଁ ଦିଆ ଯାଇ ନଥିଲା? ଡ଼ାକ୍ତର କ’ଣ ପାଇଁ ମୋତେ ଡ୍ରଗ୍‌ ଇଞ୍ଜେକ୍ସନ ଦେଇଥିଲେ? ସବୁକିଛି ଠିକ୍‌ ଥିବା ସମୟରେ ଅସ୍ତ୍ରୋପଚାର କରାଯାଇ ପ୍ରସବ କ’ଣ ପାଇଁ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଛବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe