ଆତ୍ମହତ୍ୟା ଖବର ଶୁଣି ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ପରେ ଅଭିନେତ୍ରୀ କହିଲେ- ମୁଁ ବଞ୍ଚିଛି

Advertisment
ଆତ୍ମହତ୍ୟା ଖବର ଶୁଣି ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ପରେ ଅଭିନେତ୍ରୀ କହିଲେ- ମୁଁ ବଞ୍ଚିଛି

oneindia.com

ନୂଆଦିଲ୍ଲୀ: ଶୁକ୍ରବାର ନିଜ ବାସଭବନରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ଧାରାବାହିକ ଅଭିନେତ୍ରୀ ସେଜଲ ଶର୍ମା‌। ଶୁକ୍ରବାର ଭୋର ୪ଟାରେ ତାଙ୍କର ପଙ୍ଖାରେ ଝୁଲୁଥିବାର ମୃତଦେହ ଉଦ୍ଧାର କରାଯାଇଥିଲା । ସେଜଲ ଶର୍ମା ଷ୍ଟାର ପ୍ଲସରେ ପ୍ରସାରିତ ହୋଇ ସାରିଥିବା ଧାରାବାହିକ 'ଦିଲ୍ ତୋ ହାପି ହେ ଜୀ'ରେ ଅଭିନୟ କରିଥିଲେ। ଏହା ସହ ବଲିଉଡ୍ ଅଭିନେତା ଆମୀର ଖାନ୍, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ୍ ଶର୍ମାଙ୍କ ସହ ବିଭିନ୍ନ ବିଜ୍ଞାପନରେ ନଜର ଆସି ସାରିଥିଲେ।

publive-image

ତେବେ ସେଜଲଙ୍କ ମୃତ୍ୟୁ ପରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ  ସେହି ନାମ ଧାରୀ ଅନ୍ୟ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ ବୋଲି ଖବର ସାମ୍ନାକୁ ଆସିଛି। ଦୁହିଁଙ୍କ ନାଁ ସମାନ ଥିବାରୁ କିଛି ଇନଷ୍ଟାଗ୍ରାମ୍ ବ୍ୟବହାରକାରୀ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ପଠାଇଥିଲେ। ଏଭଳି ବାର୍ତ୍ତା ଆସୁଥିବା ଦେଖି ଅଭିନେତ୍ରୀ ସେଜଲ ଶର୍ମା ବଞ୍ଚିଥିବା ନେଇ ସ୍ପଷ୍ଟ କରିଥିଲେ। ଇନଷ୍ଟା ‌ପୋଷ୍ଟ କରି ସେ ଲେଖିଥିଲେ, ‘ହେଲୋ....ମୁଁ ମୋର ସବୁ ସାଙ୍ଗ ଓ ପ୍ରଶଂସକମାନଙ୍କୁ କହିବାକୁ ଚାହେଁ କି ମୁଁ ସଂପୂର୍ଣ୍ଣ ଠିକ୍ ଅଛି। କିନ୍ତୁ ଅଭିନେତ୍ରୀ ସେଜଲ ଶର୍ମାଙ୍କ ମୃତ୍ୟୁ ଖବର ପାଇ ମୁଁ ଦୁଃଖିତ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯଦି ଆପଣ ଦୁଃଖୀ ଅଛନ୍ତି ବା ଚିନ୍ତାଗ୍ରସ୍ତ ଅଛନ୍ତି, ତେବେ ନିଜ ଜୀବନକୁ ଏଭଳି ଭାବେ ଶେଷ କରନ୍ତୁ ନାହିଁ। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ।’  ତାଙ୍କର ଏଭଳି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନଙ୍କ ଦ୍ବନ୍ଦ୍ବ ଦୂର ହୋଇଥିଲା। ତେବେ କିଛି ନିଉଜ୍ ୱେବସାଇଟ୍ ମଧ୍ୟ ସ୍ପଷ୍ଟ ନ ହୋଇ ତାଙ୍କ ଫଟୋ ବ୍ୟବହାର କରିଥିବାରୁ ସେ ଅସନ୍ତୋଷ ଜାହିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe