୪୩ବର୍ଷ ବୟସରେ ଦ୍ବିତୀୟ ଥର ବିବାହ କରିଛନ୍ତି ଜଣାଶୁଣା ଟେଲି ଅଭିନେତା

Advertisment
୪୩ବର୍ଷ ବୟସରେ ଦ୍ବିତୀୟ ଥର ବିବାହ କରିଛନ୍ତି ଜଣାଶୁଣା ଟେଲି ଅଭିନେତା

ମୁମ୍ବାଇ: ଟେଲିଭିଜନର ଜଣାଶୁଣା ଅଭିନେତା ରୁଷଦ ରାଣା ନିକଟରେ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି। ତେବେ ଏହା ତାଙ୍କ ଦ୍ବିତୀୟ ବିବାହ ବୋଲି କୁହାଯାଉଛି। ତାଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ନାମ କେତକୀ ୱାଲାୱାଲକର ବୋଲି ଜଣାପଡ଼ିଛି। କେତକୀଙ୍କ ସହିତ ରୁଷଦ ଅନେକଦିନ ଧରି ସମ୍ପର୍କରେ ରହିଥିଲେ।

ସୂଚନାଯୋଗ୍ୟ, ଟେଲି ଅଭିନେତା ରୁଷଦ ରାଣା ୨୦୧୦ରେ ପ୍ରଥମଥର ବିବାହ କରିଥିଲେ। ବିବାହର ତିନିବର୍ଷ ପରେ ସ୍ତ୍ରୀଙ୍କ ସହିତ ତାଙ୍କର ୨୦୧୩ରେ  ଛାଡ଼ପତ୍ର ହୋଇଯାଇଥିଲା।

ଏଥିରେ ରୁଷଦ ଭାଙ୍ଗି ପଡ଼ିଥିବା ବେଳେ କିଛିଦିନ ପରେ ତାଙ୍କ ଜୀବନକୁ କେତକୀ ନାମକ ଜଣେ ଯୁବତୀ ଆସିଥିଲେ। ଯିଏକି ‘ଅନୁପମା’ର କ୍ରିଏଟିଭ୍‌ ନିର୍ଦ୍ଦେଶକ ଅଛନ୍ତି। କେତକୀଙ୍କୁ ରୁଷଦ ଏହି ଧାରାବାହିକ ସେଟ୍‌ରେ ଭେଟିଥିଲେ। କିଛିଦିନ ସେଟରେ କଥାବାର୍ତ୍ତା ହେବା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତାର ଡୋରୀ ବାନ୍ଧି ହୋଇ ଯାଇଥିଲା। ପରବର୍ତ୍ତୀ ସମୟରେ ଦୁହେଁ ଦୁହିଁଙ୍କୁ ଜୀବନସାଥୀ କରିବେ ବୋଲି ସ୍ଥିର କରିଥିଲେ।

jagran

ଏହାପରେ ରୁଷଭ ଓ କେତକୀ ଏନେଇ ଘରେ ପ୍ରସ୍ତାବ ଦେଇଥିଲେ। ଦୁହିଁଙ୍କ ପରିବାର ବି ଏପ୍ରସ୍ତାବରେ ରାଜି ହୋଇଯାଇଥିଲେ। ବୁଧବାର ମରାଠୀ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। ଉଭୟଙ୍କ ବିବାହରେ ଟେଲିଭିଜନଜଗତର ଅନେକ ଜଣାଶୁଣା କଳାକାର ସାମିଲ ହୋଇ ଦୁହିଁଙ୍କୁ ବୈବାହିକ ଜୀବନର ଶୁଭକାମନା ଜଣାଇଥିଲେ। ଏବେ ରୁଷଦଙ୍କୁ ୪୩ବର୍ଷ ବୟସ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe