ଅପହରଣର ଘଟଣା ବଖାଣିଲେ ହାସ୍ୟ ଅଭିନେତା

Advertisment

ସୁରକ୍ଷିତ ଭାବେ ଘରକୁ ଫେରିଆସିଥିବା ସୁନୀଲ ନିଖୋଜ ହେବା ଘଟଣାକୁ ନେଇ କହିଛନ୍ତି,୭.୫ଲକ୍ଷ ଟଙ୍କା ଯୋଗାଡ଼ କରି ଅପହରଣକାରୀଙ୍କୁ ଦେବା ପରେ ସେମାନେ ମୋତେ ଛାଡ଼ିବା ପାଇଁ ରାଜି ହୋଇଯାଇଥିଲେ।’

ସୁରକ୍ଷିତ ଭାବେ ଘରକୁ ଫେରିଆସିଥିବା ସୁନୀଲ ନିଖୋଜ ହେବା ଘଟଣାକୁ ନେଇ କହିଛନ୍ତି,୭.୫ଲକ୍ଷ ଟଙ୍କା ଯୋଗାଡ଼ କରି ଅପହରଣକାରୀଙ୍କୁ ଦେବା ପରେ ସେମାନେ ମୋତେ ଛାଡ଼ିବା ପାଇଁ ରାଜି ହୋଇଯାଇଥିଲେ।’

୍ମପ୍


ମୁମ୍ବାଇ: ହାସ୍ୟ ଅଭିନେତା ତଥା ଅଭିନେତା ସୁନୀଲ ପାଲ ଦୁଇଦିନ ତଳେ ନିଖୋଜ ହୋଇଯାଇଥିବାର ଖବର ସାମ୍ନାକୁ ଆସିଥିଲା। ଗତକାଲି ସୁନୀଲ ସୁରକ୍ଷିତ ଭାବେ ଘରକୁ ଫେରି ଆସିଥିବା ସ୍ତ୍ରୀ ସୂଚନା ଦେଇଥିଲେ।

ସୌଭାଗ୍ୟବଶତଃ ସୁରକ୍ଷିତ ଭାବେ ଘରକୁ ଫେରିଆସିଥିବା ସୁନୀଲ ନିଖୋଜ ହେବା ଘଟଣାକୁ ନେଇ କହିଛନ୍ତି, ‘ମୁଁ ହରିଦ୍ବାର ଏକ ସୋ’ ପାଇଁ ଯାଇଥିଲି। ଯେତେବେଳେ ବିମାନବନ୍ଦରରେ ପହଞ୍ଚିଥିଲି ଏକ ଗାଡି ମୋତେ ରିସିଭ କରିବା ପାଇଁ ଆସିଥିଲା।

ମୁଁ ସେହି ଗାଡ଼ିରେ ବସି ଯାଇଥିଲି। ଉକ୍ତଗାଡ଼ିଟି ମୋତେ ଏକ ଢ଼ାବା ନିକଟରେ ଛାଡ଼ି ଦେଇଥିଲା। ମୁଁ ଯେମିତି ଗାଡ଼ିରୁ ଓହ୍ଲାଇଥିଲି ଅନ୍ୟ ଏକ ଗାଡ଼ି ଆସି ମୋ ପାଖରେ ଲାଗିଥିଲା। ଏହି ଗାଡ଼ି ଭିତରେ ଥିବା କିଛି ଯୁବକ ମୋତେ ଜୋରଜବରଦସ୍ତି ଟାଣି ନେଇ ତାଙ୍କ ଗାଡ଼ି ଭିତରେ ବସାଇ ଦେଇଥିଲେ। ଏହାପରେ ସିନେମା ଶୈଳୀରେ ଆଖିରେ କଳାପଟି ବାନ୍ଧି ଦେଇଥିଲେ। 

ଦୁଇତିନି ଘଣ୍ଟାର ଯାତ୍ରାପରେ ସେମାନେ ମୋତେ ଏକ କୋଠରିରେ ଆଣି ବନ୍ଦ କରି ଆଖିରୁ କଳାପଟି ଖୋଲି ଦେଇଥି‌ଲେ। ଆଉ ସେମାନେ ନିଜର ପରିଚୟ ଅପହରଣକାରୀ ବୋଲି ଦେଇ ମୋତେ ୨୦ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ କହିଥିଲେ।

ମୁଁ ୨୦ଲକ୍ଷ ଟଙ୍କା ନୁହେଁ ଜୀବନ ବଞ୍ଚାଇବା ପାଇଁ ୧୦ଲକ୍ଷ ଟଙ୍କା ଦେଇ ପାରିବି ନାହିଁ ବୋଲି ଅପହରଣକାରୀଙ୍କୁ କହିଥଲି। ଏହାପରେ ମୁଁ ୭.୫ଲକ୍ଷ ଟଙ୍କା ଯୋଗାଡ଼ କରି ଅପହରଣକାରୀଙ୍କୁ ଦେବା ପରେ ସେମାନେ ମୋତେ ଛାଡ଼ିବା ପାଇଁ ରାଜି ହୋଇଯାଇଥିଲେ। ‌ମୋତେ ମେରଠ ରାସ୍ତାରେ ଆଣି ଛାଡ଼ି ଦେଇଥିଲେ। ମୁଁ ସେଠାରୁ ଗାଜିଆବାଦ ତା’ପରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚି  ବିମାନ ଯୋଗେ ଜୀବନ ବଞ୍ଚାଇ ଘରୁକୁ ଫେରି ଆସିଛି।’

ସୁନୀଲ ମୁମ୍ବାଇ ବାହାରକୁ ଏକ ସା’ ପାଇଁ ଯାଇ ଡିସେମ୍ବର ୩ରେ ଫେରିଆସିବେ ବୋଲି ସ୍ତ୍ରୀ ସରିତାଙ୍କୁ କଥା ଦେଇଯାଇଥିଲେ କିନ୍ତୁ ସେ ଫେରି ନଥିଲେ। ଏହା ପରେ ସରିତା୍ ସୁନୀଲଙ୍କ ସହ ଯୋଗାଯୋଗ କରିଥିଲେ। କୌଣସି ଯୋଗାଯୋଗ ହୋଇ ନପାତରିବାରୁ ସେ ପୁଲିସରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe