ନିର୍ଦ୍ଦିଷ୍ଟ କେତୋଟି ସର୍ତ୍ତାବଳୀ ସହ ଜୁନ୍‌ ଶେଷ ସୁଦ୍ଧା ଟିଭି କାର୍ଯ୍ୟକ୍ରମର ସୁଟିଂ ଆରମ୍ଭ ହୋଇଯିବ

ନିର୍ଦ୍ଦିଷ୍ଟ କେତୋଟି ସର୍ତ୍ତାବଳୀ ସହ ଜୁନ୍‌ ଶେଷ ସୁଦ୍ଧା ଟିଭି କାର୍ଯ୍ୟକ୍ରମର ସୁଟିଂ ଆରମ୍ଭ ହୋଇଯିବ

www.indiatoday.in

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ହେତୁ ଟିଭି କାର୍ଯ୍ୟକ୍ରମଗୁଡ଼ିକ ସୁଟିଂ ନ ହୋଇ ପାରୁଥିବା କାରଣରୁ ବନ୍ଦ ରହିଛି। ମନୋରଞ୍ଜନ ପ୍ରେମୀ ଲୋକଙ୍କ ପାଇଁ ଏକ ଖୁସି ଖବର। ଟିଭି କାର୍ଯ୍ୟକ୍ରମଗୁଡ଼ିକର ସୁଟିଂ ଜୁନ୍‌ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ ବୋଲି ଜାଣିବାକୁ ମିଳିଛି।

ହେଲେ କାର୍ଯ୍ୟକ୍ରମଗୁଡ଼ିକ ପୂର୍ବ ପରି ମନଇଚ୍ଛା ସୁଟିଂ ହୋଇପାରିବ ନାହିଁ। ସୁଟିଂ କରିବା ପୂର୍ବରୁ ନିର୍ମାତାଙ୍କୁ କିଛି ନିୟମ ମାନିବାକୁ ପଡ଼ିବ। ନିର୍ଦ୍ଦିଷ୍ଟ କେତୋଟି ସର୍ତ୍ତରେ ସୁଟିଂ କାର୍ଯ୍ୟ ଆରମ୍ଭ ହେବ।

ଏକ୍‌ତା କପୁର୍‌ଙ୍କ ସୋ’ ‘କୌନ୍‌ ବନେଗା କରୋଡ଼ପତି’ ଏବଂ ‘ଭାବିଜୀ ଘର୍‌ ପର୍‌ ହୈ’ର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

publive-image New Indian Express

: କିପରି ମାସ୍କ ଓ ସାନିଟାଇଜର୍‌ ବ୍ୟବହାର କରାଯିବ ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପଲୋଇଜ୍(ଏଫ୍‌ଡବ୍ଲୁଆଇସିଇ) ସମସ୍ତଙ୍କୁ ଏ ନେଇ ଶିକ୍ଷା ପ୍ରଦାନ କରୁଛି। ପ୍ରତ୍ୟେକ ସୁଟିଂ ‌ସେଟ୍‌ରେ ଜଣେ ଇନ୍‌ସ୍ପେକ୍ଟରକୁ ରଖାଯିବ। କର୍ମଚାରୀମାନେ ସତର୍କତା ଅବଲମ୍ବନ କରିବାରେ ଅଭ୍ୟସ୍ତ ନହେବା ପର୍ଯ୍ୟନ୍ତ ଇନ୍‌ସ୍ପେକ୍ଟର ସେମାନଙ୍କୁ ଧ୍ୟାନ ଦେବ।

: ଯଦି କେହି କର୍ମଚାରୀ କରୋନା ଭାଇରସ୍‌ ପାଇଁ ପ୍ରାଣ ହରାନ୍ତି ତେବେ ପ୍ରଯୋଜକ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ। କେବଳ ସେତିକି ନୁହେଁ, ‌କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତ ଡାକ୍ତରୀ ଖର୍ଚ୍ଚ ମଧ୍ୟ ପ୍ରଯୋଜକ ବୁଝିବେ।

: ଆଗାମୀ ୩ ମାସ ମଧ୍ୟରେ ୫୦ ବର୍ଷରୁ ଊର୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ସୁଟିଂ ସେଟ୍‌କୁ ଛଡ଼ାଯିବ ନାହିଁ।

: ସୁଟିଂ ସେଟରେ ସବୁ ସମୟ‌ରେ ଏକ ଆମ୍ବୁଲାନ୍ସ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe