ଅଭିନୟକୁ ଫେରିବା ପଛର କାରଣ କହିଲେ ସ୍ମୃତି

ଖୁବଶୀଘ୍ର  ସ୍ମୃତି ଇରାନୀଙ୍କ ସୋ ‘କ୍ୟୁଁକି ଶାସ୍ ଭି କଭି ଥି’ର ଦ୍ୱିତୀୟ ସିଜନ୍ ରିଲିଜ୍ ହେବାକୁ ଯାଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିନୟ ଜଗତକୁ ପୁଣି ଫେରିବା ପଛରେ ତାଙ୍କର କାରଣ କ'ଣ ତାହା ପ୍ରକାଶ କରିଛନ୍ତି।

New Project (6)

ନୂଆଦିଲ୍ଲୀ: ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ବୋହୁମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତୁଳସୀ ବିରାନି। ତୁଳସୀଙ୍କୁ ଦର୍ଶକ ଛୋଟ ପରଦାରେ ଦେଖିବା ପାଇଁ ଅନେକ ଦିନରୁ ଅପେକ୍ଷା କରି ରହିଥିବା ବେଳେ ନିକଟରେ ସେ ଏକ ଖୁସି ଖବର ଦେଇଛନ୍ତି। ଖୁବଶୀଘ୍ର  ସ୍ମୃତି ଇରାନୀଙ୍କ ସୋ ‘କ୍ୟୁଁକି ଶାସ୍ ଭି କଭି ଥି’ର ଦ୍ୱିତୀୟ ସିଜନ୍ ରିଲିଜ୍ ହେବାକୁ ଯାଉଛି। ଏଥିରେ ସ୍ମୃତିଙ୍କ ଅଭିନୟ ଦେଖିବାକୁ ମିଳିବ। ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିନୟ ଜଗତକୁ ପୁଣି ଫେରିବା ପଛରେ ତାଙ୍କର କାରଣ କ'ଣ ତାହା ପ୍ରକାଶ କରିଛନ୍ତି।

ସ୍ମୃତି ଇରାନୀ ରାଜନୀତିରେ ପ୍ରବେଶ ପୂର୍ବରୁ ଅଭିନୟ ଜଗତରେ ଖୁବ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେ ଲୋକପ୍ରିୟ ଟିଭି ସୋ’ " କ୍ୟୁଁକି ଶାସ୍ ଭି କଭି ଥି’" ମାଧ୍ୟମରେ ପ୍ରତ୍ୟେକ ଘରେ ନିଜର ଛାପ ଛାଡ଼ି ଯାଇଛନ୍ତି। ନିକଟରେ ଏକ ସା୍କ୍ଷାତକାରରେ ଯୋଗ ଦେଇ ସ୍ମୃତି ପୁଣିଥରେ ଅଭିନୟକୁ ଫେରିବାର ନିଷ୍ପତ୍ତି ଏବଂ ପରିବର୍ତ୍ତନଶୀଳ ମନୋରଞ୍ଜନ ଶିଳ୍ପ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି।

ସ୍ମୃତି କହିଛନ୍ତି, ‘ମୁଁ ଯେଉଁ ସୋ’ ଜରିଆରେ ଅଭିନୟରେ ପ୍ରବେଶ କରିଛି ତାହା ଏହା ଏକ ସୀମିତ ସିରିଜ। ମୁଁ ଉଦୟ ଶଙ୍କର (ଜିଓହଟଷ୍ଟାରର ଉପାଧ୍ୟକ୍ଷ) ଏବଂ ଏକତା କପୁରଙ୍କ ଦଳ ସହିତ କାମ କରିବାକୁ ଚାହୁଁଥିଲି। ଏକତାଙ୍କ ସୃଜନଶୀଳ ଯାତ୍ରା ଦୀର୍ଘ  ଏବଂ ଚମତ୍କାର ରହିଛି। ମୁଁ ଦେଖିବାକୁ ଚାହୁଁଥିଲି ଯେ ସେ ଆଜିର ସମସ୍ୟାଗୁଡ଼ିକୁ କିପରି ଚିତ୍ରଣ କରୁଛନ୍ତି। ମୁଁ ଆଜି ପର୍ଯ୍ୟନ୍ତ ଓଟିଟିରେ କାମ କରିନାହିଁ। ଏବେ ମୁଁ କେବଳ ଜିନିଷଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଛି ଏବଂ ବୁଝୁଛି । ଏଥିସହିତ ଅଭିନୟ ପାଇଁ ମଧ୍ୟ ଏକ ସୁଯୋଗ ଅଛି, ତେଣୁ ମୁଁ ଏହା କରିବାକୁ ନିଷ୍ପତ୍ତି ନେଇଛି। ମୋ ପାଇଁ ପୂର୍ବରୁ ଅଭିନୟ ଓ ରାଜନୀତି ଟଙ୍କାର ଦୁଇଟିପାର୍ଶ୍ବ ଥିଲା। ଏବେ କିନ୍ତୁ ଅଭିନୟ ଓ ରାଜନୀତି ଉଭୟକୁ ନେଇ ଚାଲିବାକୁ ପଡ଼ିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe