www.timesnownews.com
ଗୌହ୍ଵାଟୀ: ଆସାମ ବନ୍ୟା ଏବେ ସୁଦ୍ଧା ୧୭ ଜଣଙ୍କ ଜୀବନ ନେଇ ସାରିଲାଣି। ବ୍ରହ୍ମପୁତ୍ର ନଦୀରୁ ପାଣି ଉଠି ପାଣି ସ୍ତର ବଢ଼ିବାରେ ଲାଗିଛି। ଏହି ବନ୍ୟାର ରୂପ ଧୀରେ ଧୀରେ ବଢ଼ିବାରେ ଲାଗିବାରୁ ପ୍ରାୟ ୧ ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇ ସାରିଲେଣି। ଆସାମ ବନ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବଲିଉଡ୍ ଟର୍ଣ୍ଣଡ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।
ପ୍ରିୟଙ୍କା ତାଙ୍କ ଟ୍ଵିଟର୍ ଆକାଉଣ୍ଟ୍ରେ ଆସାମର ବନ୍ୟା ପ୍ରପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପାଇଁ ପୋଷ୍ଟ୍ କରିଛନ୍ତି। ଦେଶୀଗର୍ଲ ତାଙ୍କ ଟ୍ଵିଟ୍ରେ ଲେଖିଛନ୍ତି, ‘ଆସାମ ଓ ଭାରତର ଅନ୍ୟ ଅଞ୍ଚଳରୁ ଆସୁଥିବା ଖବରଗୁଡ଼ିକ ଅତ୍ୟନ୍ତ ଦୁଃଖଦାୟକ। ସ୍ଥାନାନ୍ତରିତ ଓ ଲୋକମାନେ ସହୁଥିବା କଷ୍ଟ ବିଷୟରେ ଆସୁଥିବା ଖବର ନିହାତି ହୃଦୟ ବିଦାରକ। ପ୍ରଭାବିତମାନଙ୍କ ପାଇଁ ମୋର ପ୍ରାର୍ଥନା। https://cm.assam.gov.in/relieffund.php ଏବଂ https://donate.oxfamindia.org/assam-floods’ରେ ସହାୟତା ରାଶି ଦିଅନ୍ତୁ।’
Follow Us