ମାଙ୍କଡ଼ ପ୍ରାଦୁର୍ଭାବରୁ ବର୍ତ୍ତିବା ପାଇଁ ସୋନୁଙ୍କୁ ଟ୍ବିଟ୍

ମାଙ୍କଡ଼ ପ୍ରାଦୁର୍ଭାବରୁ ବର୍ତ୍ତିବା ପାଇଁ ସୋନୁଙ୍କୁ ଟ୍ବିଟ୍

NewsBust India

ମହାମାରୀ କରୋନା ସମୟରେ ଲୋକଙ୍କୁ ସହାୟତା କରି ସମାଜସେବାରେ ନିଦର୍ଶନ ପାଲଟିଥିବା ସୋନୁ ସୁଦ୍‌ଙ୍କୁ ଜଣେ ବ୍ୟକ୍ତି ଏବେ ଏକ ଅଜବ ସହାୟତା ମାଗିଛି। ବ୍ୟକ୍ତି ଜଣକ ସୋନୁଙ୍କୁ ଟ୍ବିଟ୍‌ କରି ମାଙ୍କଡ଼ ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ସାହାଯ୍ୟ ମାଗିଛନ୍ତି। ସୋନୁ ପ୍ରତି ଉତ୍ତରରେ ତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ଶେଷରେ ମାଙ୍କଡ଼ ଧରିବା କାମ ବାକି ରହିଯାଇଥିଲା। ଠିକଣା ପଠାଅ, ଏ ଉପରେ ବି ଚେଷ୍ଟା କରି ଦେଖିନିଏ। ସୂଚନା ମୁତାବକ, ଉତ୍ତରପ୍ରଦେଶର ରାମକୋଲା ଅଞ୍ଚଳରେ ଏକ ମାଙ୍କଡ଼ ପ୍ରାୟ ୨୦ରୁ ୨୫ ଲୋକଙ୍କୁ ଆକ୍ରମଣ କରି ଆହତ କରିସାରିଲାଣି। ମାଙ୍କଡ଼କୁ ଧରିବା ପାଇଁ ଦାବି ହେଉଥିଲେ ହେଁ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe