ମୁମ୍ବାଇ: କୃଷ୍ଣସାର ମୃଗ ହତ୍ୟା ମାମଲାରେ ୫ ବର୍ଷ ପାଇଁ ଅଭିନେତା ସଲମାନଙ୍କୁ ଜେଲ୍ ଦଣ୍ଡାଦେଶ ହେବା ପରେ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ରେ ଛାଇଯାଇଛି ଦୁଃଖର ଛାୟା। ଟୁଇଟ୍ରେ ବହୁ ବଲିଉଡ୍ କଳାକାର ସେମାନଙ୍କ ଦୁଃଖ ଓ ସମବେଦନା ସଲମାନଙ୍କ ଉଦେଶ୍ୟରେ ଜଣାଇଛନ୍ତି। ସଲମାନଙ୍କ ପାଇଁ ଏବେ ନୁହେଁ ସବୁବେଳେ ବଲିଉଡ୍ କଳାକାର ତାଙ୍କର ସମର୍ଥକ ହୋଇ ଛିଡ଼ା ହୋଇଥାନ୍ତି। ମୁମ୍ବାଇ ରାସ୍ତାରେ ଜଣେ ଲୋକ ଉପରେ ଗାଡ଼ି ଚଳାଇବା ମାମଲା ଯେତେବେଳେ ଚାଲିଥିଲା ସେତେବେଳେ ସଲମାନଙ୍କ ସପକ୍ଷରେ ଯେଉଁ ସବୁ ଟୁଇଟ୍ ଦେଖିବାକୁ ମିଳିଥିଲା ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।
ସଲମନଙ୍କ ସହ ଅନେକ ଚଳଚ୍ଚିତ୍ରରେ ଏକତ୍ର କାମ କରିଥିବା ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜର ଜଣାଇଛନ୍ତି, ‘ଯେଉଁ ଲୋକ ସମସ୍ତଙ୍କ ପାଇଁ ସଦା ଠିଆ ହୁଏ ମୁଁ ଆଜି ସେହି ଲୋକ ସହ ଅଛି। ସଲମାନ! ତୁମେ ହେଉଛ ଇଣ୍ଡଷ୍ଟ୍ରିର ସବୁଠାରୁ ଉଦାର ମଣିଷ। ଆମେ ତୁମ ସାଥିରେ ଅଛୁ।’
ସେହିପରି ଫର୍ହା ଖାନ୍ ଟୁଇଟ୍ କରିଥିଲେ, ‘ଏଥିପାଇଁ ସରକାର ଦାୟୀ। ଯଦି କେହି ରାସ୍ତାରେ ଶୋଇନଥାନ୍ତେ ତେବେ ସଲମାନଙ୍କ ଗାଡ଼ି ତଳେ କାହାରି ଜୀବନ ଯାଇନଥାନ୍ତା।’
ଏମାନଙ୍କ ବ୍ୟତୀତ ସେହଲ୍ଲୀ ଖାନ୍, ହନି ସିଂହ, ସୁସ୍ମିତା ସେନ, ଗୌହ୍ଵର ଖାନ, ଓ୍ଵାଜିଦ୍ ଖାନ, ସୋଭା ଦେ, ମିକା ସିଂ, ସୁନିଧି ଚୌହ୍ଵାନ, ବରୁଣ ଧାଓ୍ଵନ, ଦିଆ ମିର୍ଜା, ଅର୍ଜୁନ କପୁର, ସୋନାକ୍ଷୀ ସିହ୍ନା, ଆଲ୍ଳିଆ ଭଟ୍ଟ, ପରିଣିତି ଚୋପ୍ରା ଏବଂ ରିତେଶ ଦେଶମୁଖ ଆଦି ସଲମାନଙ୍କ ସପକ୍ଷରେ ଟୁଇଟ୍ କରିଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇସାରିଥିଲେ ବି ଏଯାବତ୍ କୌଣସି ବଲିଉଡ୍ କଳାକାର ଏ ନେଇ ପ୍ରତିକ୍ରିୟା ରଖିନାହାନ୍ତି।
Follow Us