ଟ୍ବିଙ୍କିଲ୍ ସେୟାର କଲେ ୨୫ ବର୍ଷ ତଳର ଚାଟିଂ

Advertisment
ଟ୍ବିଙ୍କିଲ୍ ସେୟାର କଲେ ୨୫ ବର୍ଷ ତଳର ଚାଟିଂ

Republic World

ଅଭିନେତ୍ରୀ ତଥା ଲେଖିକା ଟ୍ବିଙ୍କିଲ୍ ଖାନ୍ନା ୨୫ ବର୍ଷ ତଳେ ଅନଲାଇନ୍‌ରେ କରିଥିବା ଚାଟିଂର କିଛି ଅଂଶ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେତେବେଳେ ସେ ଯେମିତି ଯୋଜନା କରିଥିଲେ ଆଜି ପାଖାପାଖି ସେମିତି ସମୟ ଦେଇ ସେ ଗତି କରୁଥିବା କହିଛନ୍ତି। ସୋମବାର ସେ ଇନଷ୍ଟାଗ୍ରାମରେ ସେଇ ଚାଟିଂକୁ ସେୟାର କରି ଲେଖିଛନ୍ତି, ଏହା ମୋ ପ୍ରଥମ ଚାଟିଂର ଏକ ପ୍ରତିଲିପି। ଦୁଇ ଦଶନ୍ଧି ତଳେ ମୁଁ ଲେଖିଥିଲି ମୋର ଦୁଇଟି ପିଲା, ଗୋଟେ କୁକୁର ଓ ସ୍ବାମୀଙ୍କ ସହ ହୁଏତ ଏକ ଫାର୍ମ ହାଉସରେ ଥିବି। ଏବେ ବି ସେତେବେଳର ସେଇ ଚାଟିଂ ସହ ଏବେର ସମୟ ତାଳମେଳ ରହିଛି। ଟ୍ବିଙ୍କିଲ୍ ଅକ୍ଷୟ କୁମାରଙ୍କୁ ବିବାହ କରିଥିବା ବେଳେ ତାଙ୍କର ଆରବ ଓ ନିତାରା ନାମରେ ଦୁଇ ସନ୍ତାନ, ଗୋଟେ କୁକୁର ଓ ସ୍ବାମୀଙ୍କ ସହ ସେ ସମୁଦ୍ର କୂଳ ନିକଟରେ ଥିବା ଘରେ ରହୁଛନ୍ତି। ସେ ନିଜ ଚାଟିଂରେ ନିଜର ହବି ସମ୍ପର୍କରେ କହିଥିଲେ ଯେ ସେ ପ୍ରଚରୁ ପଢ଼ିବାକୁ, ସାଙ୍ଗମାନଙ୍କ ସହ ଫିଲ୍ମ ଦେଖିବାକୁ, ବିଚ୍‌ରେ ଦୌଡ଼ିବାକୁ ଓ କ୍ୟାଣ୍ଡେଲ୍ ତିଆରି କରିବାକୁ ଭଲ ପାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe