୫ବର୍ଷ ତଳୁ କରୋନା ବ୍ୟାପିବା ବିଷୟରେ ଜାଣିପାରିଥିଲେ ଟ୍ୱିଙ୍କିଲ ଖାନ୍ନା !

Advertisment
୫ବର୍ଷ ତଳୁ କରୋନା ବ୍ୟାପିବା ବିଷୟରେ ଜାଣିପାରିଥିଲେ ଟ୍ୱିଙ୍କିଲ ଖାନ୍ନା !

Open Magazine

ମୁମ୍ବାଇ: କରୋନା ଭୂତାଣୁ ଏବେ ମହାମାରୀ ରୂପ ଧାରଣ କରିସାରିଥିବା ବେଳେ ଏହାର ଶିକାର ହୋଇ ହଜାର ହଜାର ଲୋକ ପ୍ରାଣ ହରାଇସାରିଲେଣି। ସଂକ୍ରମଣକୁ ରୋକିବା ପାଇଁ ଏବେ ସାରା ଦେଶରେ ତାଲା ପକାଯାଇଛି। କରୋନା କାରଣରୁ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ଯୋଗୁଁ, ଏହି ଭୂତାଣୁ ସମ୍ବନ୍ଧୀୟ ଛୋଟ ଛୋଟ ଜିନିଷ ଏବେ ଭାଇରାଲ ହେଉଥିବା ଦେଖାଯାଉଛି|

କିଛି ଦିନ ତଳେ ଷ୍ଟିଭେନ୍ ସୋଦରବର୍ଗଙ୍କ ଫିଲ୍ମ 'କଣ୍ଟେଜିଅନ୍' ହଠାତ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିବା ଆରମ୍ଭ କରିଥିଲା | ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଥିବା କିଛି ଦୃଶ୍ୟ ବର୍ତ୍ତମାନ କରୋନା ପାଇଁ ଦେଶରେ ଉପୁଜିଥିବା ପରିସ୍ଥିତି ସହ ମିଶୁଥିବାରୁ ଚଳଚ୍ଚିତ୍ରର କିଛି ଭିଡ଼ିଓ ଭାଇରଲ ହୋଇଥିଲା | ବର୍ତ୍ତମାନ ଅଭିନେତ୍ରୀ ତଥା ଲେଖିକା ଟ୍ୱିଙ୍କିଲ ଖାନ୍ନା ମଧ୍ୟ ଦାବି କରିଛନ୍ତି ଯେ, ସେ ପାଞ୍ଚ ବର୍ଷ ପୂର୍ବେ କରୋନା ପରି ଏକ କାହାଣୀ ଲେଖିଥିଲେ।

ଟ୍ୱିଙ୍କିଲ ଟ୍ୱିଟରରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକରେ ଟ୍ୱିଙ୍କଲଙ୍କ ନୋଟ୍ ଦେଖିବାକୁ ମିଳିଛି, ଯେଉଁଥିରେ ଏକ କାହାଣୀ ଲେଖାଯାଇଛି | ଫଟୋର କ୍ୟାପ୍ସନରେ ଟ୍ୱିଙ୍କିଲ ଲେଖିଛନ୍ତି, ମୁଁ ଏହି କାହାଣୀ ବିଷୟରେ ମୋର ସମ୍ପାଦକଙ୍କୁ ଜଣାଇଥିଲି | ଆପଣ ଦେଖିପାରିବେ ଯେ ଏହି ଫଟୋରେ ତାରିଖ ମଧ୍ୟ ଲେଖାଯାଇଛି | ଏହା ଅକ୍ଟୋବର ୨୦୧୫ର କଥା | ସେ ସମୟରେ ମୋ ସମ୍ପାଦକଙ୍କୁ ଏ କାହାଣୀଟି ପସନ୍ଦ ଆସି ନଥିଲା | ଏହି କାହାଣୀକୁ ଛାପିବାର ଏହା ସଠିକ ସମୟ ନୁହେଁ ବୋଲି କହି ସେ ମୋତେ ଏହି କାହାଣୀକୁ ଆଗକୁ ଲେଖିବାକୁ ମନାକରିଥିଲେ | କିନ୍ତୁ ସେଇ କାହାଣୀ ଆଜି ସତ ହୋଇଛି |

ତେବେ ଏହି କାହାଣୀରେ ଥିବା ପରିବାରରେ ପିତା ଜଣେ ଶିକ୍ଷକ ଓ ମାତା ଜଣେ ସାଇକୋଥେରାପିଷ୍ଟ ହୋଇଥିବା ବେଳେ ସେମାନଙ୍କର ଏକ ୧୨ବର୍ଷର ପୁଅ ଅଛି | କାହାଣୀ ଅନୁଯାୟୀ, ଭୂତାଣୁ କାରଣରୁ ଦେଶରେ ଲୋକମାନେ ସଙ୍ଗରୋଧରେ ରହିଛନ୍ତି | ବିମାନବନ୍ଦର ବନ୍ଦ ଅଛି, ସେନା ଯବାନମାନେ ସମସ୍ତଙ୍କ ଘର ଯାଞ୍ଚ କରୁଛନ୍ତି, ଲୋକମାନେ ସେମାନଙ୍କର ସଂକ୍ରମିତ ପଡ଼ୋଶୀ ବିଷୟରେ ରିପୋର୍ଟ କରୁଛନ୍ତି। ସଂକ୍ରମିତ ଲୋକଙ୍କୁ ଶିବିରକୁ ନିଆଯାଉଛି ଏବଂ ସେମାନଙ୍କୁ ସେଠାରେ ମରିବାକୁ ଛାଡି ଦିଆଯାଉଛି। ଏହି ଭୂତାଣୁକୁ ହରାଇବା ପାଇଁ ବୈଜ୍ଞାନିକମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ଭୂତାଣୁ କ୍ରମାଗତ ଭାବରେ ସଂକ୍ରମଣ କରିବାରେ ଲାଗିଛି।  ଭୂତାଣୁ ଦ୍ୱାରା ସଂକ୍ରମିତ ଲୋକମାଙ୍କର ପ୍ରଥମେ ବାନ୍ତି ହେଉଛି, ସେମାନେ ଥଣ୍ଡା ଅନୁଭବ କରୁଛନ୍ତି, ତାପରେ ଧୀରେ ଧୀରେ ବ୍ୟକ୍ତି ଜାଣିବା-ଶୁଣିବାର କ୍ଷମତା ହରାଇବସୁଛି | ଏହା ପରେ ତିନି ଦିନ ମଧ୍ୟରେ ପୀଡିତର ମୃତ୍ୟୁ ଘଟୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe