News Updated
ଅଭିନେତ୍ରୀ ଓ ଲେଖିକା ଟ୍ବିଙ୍କିଲ ଖାନ୍ନା ଅକ୍ଷୟ କୁମାରଙ୍କ ସହ ନିକଟରେ ଲଣ୍ଡନରେ ପହଞ୍ଚିଥିଲେ। ଅକ୍ଷୟ ନିଜ ଫିଲ୍ମର ସୁଟିଂ ପାଇଁ ସେଠାକୁ ଯାଇଥିବା ବେଳେ ଟ୍ବିଙ୍କିଲ ଖାନ୍ନା ଲଣ୍ଡନର ଥିଏଟରରେ ଯାଇ ମା’ ଡିମ୍ପଲ କପାଡ଼ିୟାଙ୍କ ଫିଲ୍ମ ଟେନେଟ୍ ଦେଖିଥିଲେ। କ୍ରିଷ୍ଟୋଫର ନୋଲନଙ୍କ ଫିଲ୍ମ ଟେନେଟ୍ କିଛି ଥିଏଟରରେ ମୁକ୍ତିଲାଭ କରିଥିବା ବେଳେ ପ୍ରଶଂସକମାନେ ଏହି ଫିଲ୍ମକୁ ବହୁତ ପ୍ରଶଂସା କରିଛନ୍ତି। ଟ୍ବିଙ୍କିଲଙ୍କୁ ମଧ୍ୟ ଟେନେଟ୍ ଖୁବ୍ ପସନ୍ଦ ଆସିଛି। ସେ ମା’ଙ୍କ ଅଭିନୟର ପ୍ରଶଂସା କରି କହିଛନ୍ତି, ଶେଷରେ ମୁଁ ଥିଏଟରରେ ଟେନେଟ୍ ଫିଲ୍ମ ଦେଖିନେଲି। ମୋ ମା’ ପୁରୁଣା ଦିନର ଭାବନାର ମଣିଷ ହୋଇଥିବାରୁ ନିଜ ପାଇଁ କୌଣସି ପ୍ରଚାର ପ୍ରସାର କରିନାହାନ୍ତି। ଫିଲ୍ମରେ କିନ୍ତୁ ମା’ଙ୍କ ଭୂମିକା ପ୍ରଶଂସନୀୟ ବୋଲି ସେ କହିଛନ୍ତି।
Follow Us