ମୁମ୍ବାଇ: ଅତି ଆଶ୍ଚର୍ଯ୍ୟଜନକ ଭାବେ ଏକ ରାଜନୈତିକ ପ୍ରସଙ୍ଗ ବଲିଉଡରେ ଝଡ଼ ସୃଷ୍ଟି କରିଛି। ମୁହାଁମୁହିଁ ହୋଇଛନ୍ତି ବଲିଉଡର ଦୁଇ ଦିଗ୍ଗଜ କଳାକାର ନସିରୁଦ୍ଦିନ୍ ଶାହା ଓ ଅନୁପମ ଖେର। ପରଦାରେ ନିଜର ଅଭିନୟ ଦକ୍ଷତାରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଦୁଇ ବରିଷ୍ଠ କଳାକାର ପରସ୍ପରର ବିରୋଧି ହୋଇଛନ୍ତି। ଅତି ନିମ୍ନସ୍ତରକୁ ଯାଇ ଦୁହେଁ ପରସ୍ପରକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଅନୁପମ ଖେରଙ୍କୁ ନସିରୁଦ୍ଦିିନ ଶାହା ‘ଜୋକର’ ବୋଲି କହିଥିବା ବେଳେ ତାଙ୍କୁ ଜବାବ ଦେଇ ନସିରୁଦ୍ଦିିନ ଶାହାଙ୍କୁ ‘ନିଶାଖୋର’ କହିଛନ୍ତି ଅନୁପମ ଖେର।
ନାଗରିକତା ସଂଶୋଧନ ଆଇନକୁ ନେଇ ଦୁଇ କଳାକାରଙ୍କ ଭିତରେ ଏଭଳି ବୟାନବାଜି ହୋଇଥିବା ଜଣାପଡ଼ିଛି। ମୋଦୀ ସରକାରଙ୍କ ଜଣେ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଥିବାରୁ ତାଙ୍କୁ ଜଣେ ଜୋକର ବୋଲି ସମ୍ବୋଧନ କରିିଥିଲେ ନସିରୁଦ୍ଦିନ୍ ଶାହା, ଯାହା ପରେ ଟୁଇଟ୍ କରି ଅତି କଠୋର ଶବ୍ଦରେ ଏହାର ଜବାବ ଦେଇଛନ୍ତି ଅନୁପମ ଖେର। ପ୍ରାୟ ୨ମିନିଟର ଏକ ଭିଡିଓ ପୋଷ୍ଟ କରି ଅନୁପମ ଖେର ନସିରୁଦ୍ଦିନଙ୍କୁ ନିଶାଖୋର ବୋଲି ଆକ୍ଷେପ କରିଛନ୍ତି।
Follow Us