ଏହି ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ ଦୁଇ ପ୍ରସିଦ୍ଧ ଆକ୍ସନ୍ ଷ୍ଟାର୍ ଅକ୍ଷୟ କୁମାର ଓ ଟାଇଗର୍ ଶ୍ରଫ୍

Advertisment
ଏହି ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ ଦୁଇ ପ୍ରସିଦ୍ଧ ଆକ୍ସନ୍ ଷ୍ଟାର୍ ଅକ୍ଷୟ କୁମାର ଓ ଟାଇଗର୍ ଶ୍ରଫ୍

ମୁମ୍ବାଇ: ପ୍ରଥମ ଥର ପାଇଁ ବଡପରଦାରେ ଦେଖାଦେବେ ଭାରତୀୟ ସିନେମାର ଦୁଇ ପ୍ରସିଦ୍ଧ ଆକ୍ସନ୍ ଅଭିନେତା ଅକ୍ଷୟ କୁମାର ଓ ଟାଇଗର୍ ଶ୍ରଫ୍। ଏହା ପୂର୍ବରୁ କେବେ ବି ଏହି ଦୁଇ ଅଭିନେତା ଗୋଟିଏ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରି ନ ଥିଲେ। ଏହି ଚଳଚ୍ଚିତ୍ରଟିର ନାମ ହେଉଛି ‘ବଡେ ମିୟାଁ ଛୋଟେ ମିୟାଁ’। ଏହା ଏକ ଆକ୍ସନ୍ ତଥା ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର। ‘ବଡେ ମିୟାଁ ଛୋଟେ ମିୟାଁ’ ୨୦୨୩ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି । ୨ ମିନିଟ୍ ୧୧ ସେକେଣ୍ଡ ବିଶିଷ୍ଟ ଏହାର ଆନାଉନ୍ସମେଣ୍ଟ ଟ୍ରେଲର ଫେବ୍ରୁଆରି ୮ରେ ରିଲିଜ୍ ହୋଇଛି। ଚଳଚ୍ଚିତ୍ରଟି  ଆକ୍ସନ ଦୃଶ୍ୟରେ ଭରପୁର ବୋଲି  ଟ୍ରେଲରରୁ ସୂଚନା ମିଳୁଛି । ‘ବଡେ ମିୟାଁ ଛୋଟେ ମିୟାଁ’ର ନିର୍ଦ୍ଦେଶକ ହେଉଛନ୍ତି ଅଲି ଆବ୍ବାସ ଜାଫର୍।

ମିଡିଆ ରିପୋର୍ଟ ଅନୁସାରେ ୧୯୯୮ରେ ରିଲିଜ୍ ହୋଇଥିବା ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଅଭିନୀତ ‘ବଡେ ମିୟାଁ ଛୋଟେ ମିୟାଁ’ର ଏହା ଦ୍ଵିତୀୟ ଭାଗ। ୨୦୨୩ରେ ରିଲିଜ୍ ହେବାକୁ ଯାଉଥିବା ‘ବଡେ ମିୟାଁ ଛୋଟେ ମିୟାଁ’ରେ ଅକ୍ଷୟ କୁମାର ଅମିତାଭଙ୍କ ସ୍ଥାନରେ ବଡେ ମିୟାଁର ଭୂମିକାକୁ କରିବେ। ଛୋଟେ ମିୟାଁ ଭାବେ ଅଭିନୟ କରିଥିବା ଗୋବିନ୍ଦାଙ୍କ ଭୂମିକାକୁ ଟାଇଗର ଶ୍ରଫ୍ ତୁଲାଇଛନ୍ତି। ଶ୍ରଦ୍ଧା କପୁର ଏଥିରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିବେ ବୋଲି ଖବର ମିଳିଛି।

ପୁରୁଣା ‘ବଡେ ମିୟାଁ ଛୋଟେ ମିୟାଁ’ ଓ ନୂଆ ‘ବଡେ ମିୟାଁ ଛୋଟେ ମିୟାଁ’ ମଧ୍ୟରେ ସବୁଠାରୁ ବଡ ପାର୍ଥକ୍ୟ ହେଉଛି ପୁରଣା ‘ବଡେ ମିୟାଁ ଛୋଟେ ମିୟାଁ’ ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର ହୋଇଥିବା ବେଳେ ନୂଆ ‘ବଡେ ମିୟାଁ ଛୋଟେ ମିୟାଁ’ ଏକ ଆକ୍ସନଧର୍ମୀ ଚଳଚ୍ଚିତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe