ଦୀପକ-ପିଙ୍କି ଯୋଡ଼ିଙ୍କ ଦୁଇଟି ସିନେମା ଅଟକିଛି

Advertisment
ଦୀପକ-ପିଙ୍କି ଯୋଡ଼ିଙ୍କ ଦୁଇଟି ସିନେମା ଅଟକିଛି

ଭୁବନେଶ୍ୱର: ଦୀପକ-ପିଙ୍କି ଯୋଡ଼ିଙ୍କୁ ‘ତୁ ମୋ’ସପନର ନାୟିକା’ସିନେମାରେ ପ୍ରଥମେ ପରଦାକୁ ଆଣିଥିଲେ ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା। ତା’ପରେ ସେ କ୍ରମାଗତ ଭାବେ ଅନ୍ୟ ଦୁଇଟି ପ୍ରୋଜେକ୍ଟର ନାଆଁ ବି ଘୋଷଣା କରିଛନ୍ତି। ଏପରିକି ଗୋଟିକର ଶୁଭ ମହୁରତ ବି ହୋଇଯାଇଥିଲା। କିନ୍ତୁ ସେଗୁଡିକ ଅଟକି ରହିଛି।
ହଁ ଏଠାରେ ଯେଉଁ ଦୁଇଟି ଓଡ଼ିଆ ସିନେମାର କଥା କୁହାଯାଉଛି,ତାହା ହେଲା ‘ଲଭ୍‌ ଟେ୍ଵଣ୍ଟି ଟେଣ୍ଟି’ ଓ ‘ତୁ ମୋ’ ନୀଳନୟନା’। ଉଭୟ ସିନେମାରେ ଦୀପକ-ପିଙ୍କି ଯୋଡ଼ିଙ୍କୁ ନିଆଯାଇଛି। ଓଲିଉଡରେ ଏବେ ନିର୍ମାଣ ହେଉଛି ଏକ ନୂଆ ଓଡ଼ିଆ ସିନେମା,ଯାହାର ଟାଇଟଲ୍‌ ହେଲା ଜୋର୍‌କା ଝଟ୍‌କା।ଏହାର ନାଆଁ ଯେମିତି ହଟ୍‌କେ କାହାଣୀ ବି ସେଭଳି ଅଲଗା ପ୍ରକାରର ବୋଲି କୁହାଯାଉଛି।
‘ଜୋର୍‌କା ଝଟ୍‌କା’ର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ ପିନୁ ନାୟକ। ଜଣାଶୁଣା ରବୀନ୍ଦ୍ର କୁମାର ପଣ୍ଡାଙ୍କ ନିବେଦିତ ଏହି ସିନେମାରେ ଦର୍ଶକ ଅନେକ ଦିନ ବ୍ୟବଧାନରେ ଏକ ପୁରୁଣା ଯୋଡ଼ିକୁ ଭେଟିବେ। ଏହି ଯୋଡ଼ି ହେଲେ ଦୀପକ-ପିଙ୍କି।

publive-image
ଏବେ ‘ଜୋର୍‌ କା ଝଟ୍‌କା’ଉପରେ ଆଖି ରହିଛି ଦୀପକ-ପିଙ୍କି ଯୋଡ଼ିର। ଏହି ସିନେମାର କାହାଣୀ ବେଶ୍‌ ମଜାଦାର ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe