ଭୁବନେଶ୍ୱର: ୨୦୧୮ରେ ଓଲିଉଡର ଲୋକପ୍ରିୟ ନାୟିକାମାନଙ୍କ ଭିତରେ ତମନ୍ନାଙ୍କର ଦୁଇଟି ସିନେମା ‘ବ୍ଲାକମେଲ୍’ ଏବଂ ପ୍ରେମ କୁମାର’ ରିଲିଜ୍ ହୋଇଛି। ଠିକ୍ ସେହିପରି ଝିଲିକ୍ଙ୍କର ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ଏହା ହେଲା ‘ଓଲେ ଓଲେ ଦିଲ୍ ବୋଲେ’ଓ ଅନ୍ୟଟି ‘ଲଭ୍ ଅଲଗା ପ୍ରକାର’। ଉଭୟରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକାଭାବେ ନଜର ଆସିଥିଲେ ଝିଲିକ୍। ଠିକ୍ ସେହିପରି ନାୟକ ସମ୍ବିତଙ୍କୁ ଦୁଇଟି ଛବି ‘ମନ ଖାଲି ତତେ ଚହେଁ ’ ଏବଂ ‘ହାପି ଲକି’ ଦେଖିବାକୁ ମିଳିଛି।
୨୦୧୮ରେ ନିର୍ଦ୍ଦେଶକ ତାପସ ସରଘରିଆ ,ସୁଧାଂଶୁମୋହନ ସାହୁ ଓ ଅଶୋକ ପତିଙ୍କ ଦୁଇଟି ସିନେମା ରିଲିଜ୍ ହୋଇଛି।
/sambad/media/post_attachments/wp-content/uploads/2018/12/sudhansu.jpg)
୨୦୧୮ରେ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଓନ୍ଲି ପ୍ୟାର୍’ଏବଂ ‘ପ୍ରେମ୍ କୁମାର’ ରିଲିଜ୍ ହୋଇଥିବାବେଳେ,ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ହାପି ଲକି’ ଏବଂ ‘ଲୋକାଲ୍ ଟୋକା ଲଭ୍ ଚୋଖା’ମୁକ୍ତିଲାଭ କରିଥିଲା। ଅଶୋକ ପତିଙ୍କ ଯେଉଁ ଦୁଇଟି ଓଡ଼ିଆ ସିନେମା ୨୦୧୮ରେ ରିଲିଜ୍ ହୋଇଥିଲା,ତାହା ହେଲା ‘ସୁନ୍ଦରଗଡର ସଲମାନ୍ ଖାନ୍’ ଓ ‘ଶ୍ରୀମାନ୍ ସୁରଦାସ’। ଏବର୍ଷ ଏହି ତିନିଜଣ ନିର୍ଦ୍ଦେଶକ ବି ଖୁବ୍ ଚର୍ଚ୍ଚାରେ ରହିଛନ୍ତି।
ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା
Advertisment
Follow Us