ପୂଜା ବଜାରରେ ଓଲିଉଡର ଏହି ଦୁଇ ବ୍ୟସ୍ତ ନାୟକଙ୍କୁ ନ ପାଇ ପ୍ରଶଂସକ ନିରାଶ !

Advertisment
ପୂଜା ବଜାରରେ ଓଲିଉଡର ଏହି  ଦୁଇ ବ୍ୟସ୍ତ ନାୟକଙ୍କୁ ନ ପାଇ ପ୍ରଶଂସକ ନିରାଶ !

ଭୁବନେଶ୍ୱର: ପୂଜାରେ ରିଲିଜ୍‌ ହୋଇଛି ଦୁଇଟି ଓଡ଼ିଆ ସିନେମା। ଏହା ହେଲା ଶ୍ରୀମାନ ସୂରଦାସ ଏବଂ ପ୍ରେମ କୁମାର। ଏଥିରେ ବାବୁସାନ୍‌ ,ବୁଦ୍ଧାଦିତ୍ୟ ଏବଂ ଅନୁଭବଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ହେଲେ ଏବେ ଓଲିଉଡରେ ଯେଉଁ ଦୁଇ ହିରୋଙ୍କ ହାତରେ ସବୁଠୁ ଅଧିକ ସିନେମା ଅଛି ସେ ଦୁଇଜଣଙ୍କୁ ପୂଜା ସିନେମାରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ଅର୍ଥାତ୍‌ ଏହି ଦୁଇ ନାୟକ ସେମାନଙ୍କ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି। ଏଠାରେ ଯେଉଁ ଦୁଇ ନାୟକଙ୍କ କଥା କୁହାଯାଉଛି ସେମାନେ ହେଲେ ସମ୍ବିତ ଏବଂ ଜ୍ୟୋତି ।

ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତଙ୍କୁ ଦର୍ଶକ ୨୦୧୬ ପୂଜା ସିନେମା ‘ଛାତି ତଳେ ଡିଂ ଡିଙ୍ଗ୍‌’ରେ ଦେଖିବାକୁ ପାଇଥିଲେ। ଗତବର୍ଷ ଭଳି ଏ ବର୍ଷ ପୂଜା ବଜାରରେ ବି ନଜର ଆସି ନାହାନ୍ତି ସମ୍ବିତ। ସମ୍ବିତଙ୍କର ଆଗାମୀ ସିନେମା ଭିତରେ ରହିଛି ପ୍ରେମପାଇଁ ମହାଭାରତ, ଯୋଉଠି ଥିଲେ ବି ତୁ ମୋର, ବିଶ୍ୱନାଥ, ଫିଲ୍‌ ମାଇଁ ଦିଲ୍‌ ଏବଂ ଓ୍ଵାଇଫ୍‌ ଇଜ୍‌ ମାଇଁ ଲାଇଫ୍‌ ଆଦି।

publive-image
ଓଲିଉଡର ବ୍ୟସ୍ତତମ ହିରୋ ଜ୍ୟୋତିଙ୍କର ଆଜିଯାଏଁ କୌଣସି ବି ଓଡ଼ିଆ ସିନେମା ପୂଜା ବଜାରରେ ରିଲିଜ୍‌ ହୋଇ ନାହିଁ। ଅନୁରୂପ ଅବସ୍ଥା ଏଥର ବି ଘଟିବ। ଏଥର ଦଶହରାରେ ବି ତାଙ୍କ ଅଭିନୀତ ଓଡ଼ିଆ ଛବି ମୁକ୍ତିଲାଭ କରିଲା ନାହିଁ। ଜ୍ୟୋତିଙ୍କର ଆଗାମୀ ସିନେମା ଭିତରେ ରହିଛି ସାଥୀ ତୁ ଫେରିଆ, ତୁ ମୋ ସୁନା ଚଢ଼େଇ, ପ୍ୟାର୍‌ ଅଲଗା ପ୍ରକାରର, ପ୍ରେମରେ ରଖିଚି ଶହେରୁ ଶହେ ଆଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe