ହୃଦଘାତ ନେଲା ଆଉଜଣେ ଟେଲି ଓ ସିନେମା ଦୁନିଆର ଅଭିନେତାଙ୍କ ଜୀବନ

Advertisment
ହୃଦଘାତ ନେଲା ଆଉଜଣେ ଟେଲି ଓ ସିନେମା ଦୁନିଆର ଅଭିନେତାଙ୍କ ଜୀବନ

ନୂଆଦିଲ୍ଲୀ: ହଲିଉଡ଼ ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟେଲି ଓ ସିନେମାର ଅଭିନେତା ଟାଏଲର କ୍ରିଷ୍ଟୋଫରଙ୍କ ହୃଦଘାତ ହେତୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଦୁଃଖଦ ଖବରକୁ ଅଭିନେତାଙ୍କ ସହ-ତାରକା ମରିସ ବେନାର୍ଡ ଇନଷ୍ଟାଗ୍ରାମରେ ନିଶ୍ଚିତ କରିଛନ୍ତି।

ମରିସ ଏହି ଖବର ଦେଇ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଟାଏଲରଙ୍କ ଦେହାନ୍ତ ହୋଇଛି। ଏହି ଖବର ଆମେ ପାଇବା ପରେ ଅତ୍ୟନ୍ତ ଦୁଃଖୀ ହୋଇପଡ଼ିଛୁ। ଆଜି ସକାଳେ ସାନ ଡିଏଗୋ ଆପାର୍ଟମେଣ୍ଟରେ ଥିବା ବେଳେ ଟାଏଲର କ୍ରିଷ୍ଟୋଫରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା।’

ଏଥିସହିତ ଟାଏଲର କ୍ରିଷ୍ଟୋଫରଙ୍କ ମୃତ୍ୟୁ ପରେ ଅଭିନେତାଙ୍କୁ ମନେ ପକାଇ ମୋରିସ ଲେଖିଛନ୍ତି, ‘ଟାଏଲର ପ୍ରକୃତରେ ଜଣେ ଦକ୍ଷ ବ୍ୟକ୍ତି ଥିଲେ। ସେ ପରଦାରେ ଜୀବନ୍ତ ଅଭିନୟ କରିଥାଆନ୍ତି। ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି। ସେ ଯେ ଆଉ ଆମ ପାଖରେ ନାହାନ୍ତି ତାହାକୁ ସହଜରେ ବିଶ୍ବାସ କରି ହେଉନାହିଁ। ଏଭଳି ଦୁଃଖ ସମୟରେ ଇଶ୍ବରଙ୍କ ନିକଟରେ ଏତିକି ପ୍ରାର୍ଥନା ତାଙ୍କ ପରିବାରକୁ ଧୌର୍ଯ୍ୟ ଧରିବାକୁ ଶକ୍ତି ଦିଅନ୍ତୁ। ’

ଅଭିନେତାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଟାଏଲର କ୍ରିଷ୍ଟୋଫରଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe