ଇସଲାମ ନାଁରେ କହ୍ନୈୟା ଲାଲଙ୍କୁ ଯେମିତି ହତ୍ୟା କରାଯାଇଛି, ହତ୍ୟାକାରୀକୁ ସେମିତି ମାର: ଲକି ଅଲୀ

Advertisment
ଇସଲାମ ନାଁରେ କହ୍ନୈୟା ଲାଲଙ୍କୁ ଯେମିତି ହତ୍ୟା କରାଯାଇଛି, ହତ୍ୟାକାରୀକୁ ସେମିତି ମାର: ଲକି ଅଲୀ

ଉଦୟପୁର: ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଏବଂ ହତ୍ୟା କରିିବା ସମୟର ଭିଡିଓ ଉତ୍ତୋଳନ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରିଥିବାରୁ ଦୁଇ ଜଣ ଯୁବକ କହ୍ନୈୟା ଲାଲଙ୍କୁ ମଙ୍ଗଳବାର ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାକୁ ଦେଶ ସହ ଦେଶ ବାହାରେ ମଧ୍ୟ ଲୋକେ ତୀବ୍ର ନିନ୍ଦା କରୁଥିବା ବେଳେ ସାମ୍ନାକୁ ଆସିଛନ୍ତି କଣ୍ଠଶିଳ୍ପୀ ଲକି ଅଲୀ।

ଫେସବୁକ୍ ପୋଷ୍ଟ ଜରିଆରେ କ‌ହ୍ନୈୟାଙ୍କୁ ଯେମିତି ହତ୍ୟା କରାଯାଇଛି, ହତ୍ୟାକାରୀକୁ ସେମିତି ମାର ବୋଲି ଲେଖିଛନ୍ତି ଲକି ଅଲୀ। ସେ କରିଥିବା ପୋଷ୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସମଗ୍ର ମାନବିକତାକୁ ହତ୍ୟା କରିବା ସହିତ ସମାନ। ଦୟାକରି ସେମାନଙ୍କ ଉପରେ ‘ମୁସଲିମ ଦଣ୍ଡ’ ଲଗାନ୍ତୁ। ଠିକ ସେହିଭଳି ଭାବରେ ଯେଉଁଭଳି ଇସଲାମ ନାମରେ ସେମାନେ ଏଭଳି ହତ୍ୟା କରିଛନ୍ତି।

କେବଳ ଲକି ଅଲୀ ନୁହନ୍ତି, ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ଗୌହର ଖାନ, ରଣବୀର ଶୋରେ, ଦେବୋଲିନା ଭଟ୍ଟାଚାର୍ଯ୍ୟ, ସ୍ୱରା ଭାସ୍କର ଅଭିନେତା  ଅନୁପମ ଖେରଙ୍କ ସମେତ ଅନେକ ସେଲିବ୍ରିଟି ଏହି ଘଟଣାକୁ ନିନ୍ଦା କରିଛନ୍ତି।

କଙ୍ଗନା ରାଣାୱତ ଘଟଣାକୁ ନେଇ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, ଯେଉଁଭଳି ଭାବରେ କହ୍ନୈୟା ଲାଲଙ୍କୁ ହତ୍ୟା କରାଯିବା ସମୟର ଭିଡିଓ ତିଆରି କରାଯାଇଛି ତାହା ଦେଖିବା ପାଇଁ ମୋ ପାଖରେ ସାହସ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe